News
lipub
samparksetu

ବିଦ୍ୟୁତ ଖୁଣ୍ଟ ପିଟିହୋଇ ଇ ଟେକ କର୍ମଚାରୀ ଙ୍କ ଜୀବନ ଗଲା !

ଭୁବନ ଥାନା ନିଳକଣ୍ଠପୁର ଗ୍ରାମ ସ୍ଵପ୍ନେଶ୍ଵର ମନ୍ଦିର ନିକଟରେ ଭାରସାମ୍ୟ ହରାଇ ଜଣେ ଇ ଟେକ କଲେଜ କର୍ମଚାରୀ ଙ୍କ ବିଦ୍ୟୁତ ଖୁଣ୍ଟ ରେ ପିଟି ହୋଇ ମୃତ୍ୟୁ ଘଟିଛି ।

ଖବର ନେବାରୁ ଜଣାଯାଏ ଯେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ଚିରୁଳେଇ ଗ୍ରାମର ଅନ୍ତର୍ଯ୍ୟାମୀ ସାହୁ (୫୧) ନିଜର ବାଇକ ଯୋଗେ ଜରୁରୀ କାମ ରେ ନିଜ ଗ୍ରାମରୁ ବାହାରି ଭୁବନ ବ୍ଲକ ମହୁଲପାଳ ଗ୍ରାମ ଅଭିମୁଖେ ଆସିଥିଲେ ।

ଆସିବା ସମୟରେ ଭୁବନ ବାଜିରାଉତ ସେତୁ ପାର ହୋଇ ନିଳକଣ୍ଠପୁର ଗ୍ରାମ ସ୍ଵପ୍ନେଶ୍ଵର ମନ୍ଦିର ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଥିବା ବିଦ୍ୟୁତ ଖୁଣ୍ଟରେ ମୁଣ୍ଡଟି ମାଡ ହୋଇଥିଲା । ଘଟଣାସ୍ଥଳରେ ଅଚେତ ହୋଇ ପଡିଥିଲେ ଅନ୍ତର୍ଯ୍ୟାମୀ । ସ୍ଥାନୀୟ ଲୋକେ ଗୋପାଳ ଘୋଷ ଘଟଣାସ୍ଥଳରୁ ଭୁବନ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।

ତୁରନ୍ତ ଘଟଣାସ୍ଥଳରେ ଭୁବନ ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଭୁବନ ଡାକ୍ତରଖାନାରେ ଭର୍ତ୍ତୀ କରାଇଥିଲେ । ବିଦ୍ୟୁତ ଖୁଣ୍ଟର ଶକ୍ତ ଆଘାତରେ ଅନ୍ତର୍ଯ୍ୟାମୀଙ୍କର ମୁଣ୍ଡରେ ଆଘାତ ଲାଗିଥିଲା । ଭୁବନ ଡାକ୍ତରଖାନା ରେ ଚିକିତ୍ସା କରାଯାଉଥିବା ସମୟ ରେ ମୃତ ହୋଇଯାଇଛି । ସୂଚନାଯୋଗ୍ୟ ଚିରୁଲେଇ ଗ୍ରାମର ଅଲେଖ ସାହୁ ଙ୍କ ବଡ଼ ପୁଅ ଅନ୍ତର୍ଯ୍ୟାମୀ ଇ ଟେକ କଲେଜରେ ମାର୍କେଟିଙ୍ଗ ମ୍ୟାନଜେର ଭାବେ କାମ କରୁଥିଲେ ।

new life
You might also like
error: Content is protected !!