News
lipub
samparksetu

ଭସାଣି ଉତ୍ସବରେ ଗଣ୍ଡଗୋଳ ୨ ଜଣଙ୍କ ମୁଣ୍ଡ ଫାଟିଲା;ଡିଜେ ଅଟକ, ୨ ଗିରଫ

ଭୁବନ ଏନଏସି ଚଣ୍ଡିକ ସାହି ର କାର୍ତ୍ତିକେଶ୍ୱର ଭସାଣି ଉତ୍ସବରେ ବ୍ରାହ୍ମଣୀ ଦେବୀ ଛକ ଠାରେ ଗଣ୍ଡଗୋଳ ଘଟି ୨ ଜଣଙ୍କର ମୁଣ୍ଡ ଫାଟିଥିବା ବେଳେ ଡିଜେ ଗାଡି କୁ ଅଟକ ରଖି ୨ଜଣଙ୍କୁ ଗିରଫ କରିଛି ପୋଲିସ ।

ଜାମିନ ଆବେଦନ ନାମଜୁର ହେବାରୁ ସେମାନଙ୍କୁ କାମାକ୍ଷାନଗର ଜେଲକୁ ପଠା ଯାଇଥିବାର ସୂଚନା ।
ଖବର ନେବାରେ ଜଣାଯାଇଛି ଯେ ,କାର୍ତ୍ତିକେଶ୍ୱର ଭସାଣି ଗତ ୭ ଦିନ ଧରି ଲାଗିରହିଛି । ବୁଧବାର ଦିନ ଚଣ୍ଡିକ ସାହି ପୂଜା କମିଟି ପକ୍ଷରୁ ଧାର୍ଯ୍ଯ ନିୟନ୍ତ୍ରଣ ଶବ୍ଦ ଠାରୁ ଅଧିକ ଯୋରରେ ଛାତିଥରା ଶବ୍ଦ ବଜାଇବା ହେତୁ ବ୍ରାହ୍ମଣୀଦେବୀ ଛକ ଠାରେ ୧୨ନଂ ୱାର୍ଡ କାଉନସିଲର ଙ୍କ ସ୍ୱାମୀ ପ୍ରକାଶ ସେନାପତି ଙ୍କ ସମେତ ଲୋକମାନେ ବିରୋଧ କରିଥିଲେ ।

ଯାହାକୁ ନେଇ ଗଣ୍ଡଗୋଳ ଓ ମାଡପିଟ ହୋଇଥିଲା । ଫଳରେ ଥାନା ଅଧିକାରୀ ସୌଭାଗ୍ୟ ସ୍ୱାଇଁ ବ୍ଲୁ ଭାଇରସ ଗାଡି ନମ୍ବର OD05AF2236 ନାମକ ଡିଜେ ଗାଡିକୁ ଜବତ କରିବା ସହିତ ଶବ୍ଦ ପ୍ରଦୂଷଣ ନେଇ ପରମିଶନ ନଥିବା ହେତୁ ଏହାର ମାଲିକ/ଅପରେଟର କଟକ ଜିଲ୍ଲା ବଡମ୍ବା ବ୍ଲକ ବନମାଳୀପୁର ଗ୍ରାମ ର ନିତ୍ୟାନନ୍ଦ ବେଜ ଙ୍କ ପୁଅ ଚିନ୍ତାମଣି ବେଜ (୨୧) ଏବଂ ଡ୍ରାଇଭର ବଡମ୍ବା ବ୍ଲକ ଝାଜିଆ ଗ୍ରାମ ର ଗଣେଶ୍ୱର ବେହେରା ଙ୍କ ପୁଅ ସନ୍ତୋଷ ବେହେରା (୨୬)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଏହି ଗଣ୍ଡଗୋଳରେ ଚଣ୍ଡିକ ସାହିର କାଳିଆ ମହାରଣା (୨୩) ଗୁରୁତର ଆହତ ଥିବା ଜଣାଯାଇଛି ।

new life
You might also like
error: Content is protected !!