News
lipub
samparksetu

ଧାର ଟଙ୍କା ମାଗିବାରୁ ଠେଙ୍ଗା ରେ ମାଡ଼ !

ଧାର ଟଙ୍କାକୁ ନେଇ ଗଣ୍ଡଗୋଳ, ଠେଙ୍ଗା ପାହାର ମାଡ଼ ରେ ଯୁବକ ଗୁରୁତର , ଭୁବନ ଥାନାରେ ଅଭିଯୋଗ । ସୂଚନା ଅନୁଯାୟୀ, ଭୁବନ ଥାନା କୀର୍ତନପୁର ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ବର୍ଗତ ରବୀନ୍ଦ୍ର କୁମାର ଧୀର ଙ୍କୁ ଏକମାତ୍ର ପୁଅ ଜ୍ୟୋତି ରଞ୍ଜନ ଧୀର (୩୧) ଜିରାଳ ଗ୍ରାମ ରୁ ଆସି ନୂଆଭୁବନ ରେ ଘର କରି ରହୁଥିବା ଜଣେ ମହିଳା ଙ୍କୁ ନଗଦ ଆକାରରେ ଟଙ୍କା ଦେଇଥିଲେ ।

ଏହି ଟଙ୍କା ଦିଆ ନିଆ କୁ ନେଇ ସଂପୃକ୍ତ ମହିଳା ଙ୍କ ସହ ବାରମ୍ବାର କଳି ହୋଇଥିବା ଅଭିଯୋଗ ରେ ଦର୍ଶଯାଇଛି । ତେବେ ଗୁରୁବାର ସନ୍ଧ୍ୟା ରେ ଜ୍ୟୋତି ରଞ୍ଜନ ତାଙ୍କ ମା କୁ ସାଙ୍ଗରେ ଧରି ସଂପୃକ୍ତ ମହିଳା ଙ୍କ ଘରକୁ ଯାଇଥିଲେ । ଟଙ୍କା ମଗାକୁ ନେଇ ପାଟିତୁଣ୍ଡ ପରେ ସଂପୃକ୍ତ ମହିଳା ଏକ ଠେଙ୍ଗା ରେ ମାଡ଼ ମାରି ଜ୍ୟୋତି ରଞ୍ଜନ ଙ୍କର ମୁଣ୍ଡ ଫଠାଇ ଦେଇଥିବା ଥାନାରେ ଏତଲା ହୋଇଛି ।

new life
You might also like
error: Content is protected !!