News
lipub
samparksetu

ଅବସରପ୍ରାପ୍ତ ସ୍ଥଳସେନା ସୁବେଦାରଙ୍କୁ ନିଜ ଜନ୍ମମାଟିରେ ଭବ୍ୟ ସମ୍ବର୍ଦ୍ଧନା

ଆଜକୁ ୩୦ ବର୍ଷ ପୂର୍ବେ ଭାରତମାତାର ସୁରକ୍ଷା ନିମନ୍ତେ ସ୍ଥଳସେନାରେ ଯୋଗଦେଇ ଦେଶର ବିଭିର୍ଣ୍ଣ ରାଜ୍ୟରେ ନିଖୁଣ ଭାବରେ ନିଜର କାର୍ଯ୍ୟ ସମ୍ପାଦାନ କରି ଘରକୁ ଫେରିଛି ବିର ପୁତ୍ର । ସେଥିପାଇଁ ଗ୍ରାମଟି ଉତ୍ସବମୁଖର ।

ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଭୁବନ ବ୍ଲକ ଅନ୍ତର୍ଗତ ପଳାଶପିଠିଆ ଗ୍ରାମରେ । ଗ୍ରାମର ଅଲେଖ କୁମାର ରାଉତଙ୍କ ବଡ ପୁଅ ସୁବେଦାର ଅକ୍ଷୟ କୁମାର ରାଉତ ସନ ୧୯୯୩ ମସିହାରେ ସ୍ଥଳସେନାରେ ଯୋଗଦେଇ ମାତୃଭୂମିର ସେବାରେ ନିୟୋଜିତ ଥିଲେ । ତେବେ ଦୀର୍ଘ ତିରିଶ ବର୍ଷ ପରେ ଆଜି ଅବସର ପାଇ ପରିବାର ତଥା ପିଲାଦିନର ସାଙ୍ଗସାଥୀ ଏବଂ ଗ୍ରାମବାସୀଙ୍କ ନିକଟକୁ ଫେରି ଆସିଛନ୍ତି ।

ଏହି ଅବସରରେ ପଳାଶପିଠିଆ ଗ୍ରାମବାସୀ ସୁବେଦାର ଅକ୍ଷୟ କୁମାର ରାଉତଙ୍କୁ ଭବ୍ୟ ସମ୍ବର୍ଦ୍ଧନା କରିବା ସହିତ ଶହଶହ ସାଙ୍ଗସାଥୀ, ପରିବାର, ବନ୍ଧୁ ଓ ଗ୍ରାମବାସୀ ବାଜା ବଜେଇ ମହା ଆଡମ୍ବରରେ ଗ୍ରାମ ପରିକ୍ରମା କରିଥିଲେ । ଗ୍ରାମ ପରିକ୍ରମା କରିବା ସମୟରେ ନିଜର ଗୁରୁଜନଙ୍କଠାରୁ ପାଦ ଛୁଇଁ ଆଶିର୍ବାଦ ଗ୍ରହଣ କରିଥିଲେ । ତବେ ଅବସରପ୍ରାପ୍ତ ସୁବେଦାର ଅକ୍ଷୟ କୁମାର ରାଉତଙ୍କ ସମ୍ବର୍ଦ୍ଧନାରେ ସାରା ପଳାଶପିଠିଆ ଗ୍ରାମ ଉତ୍ସବମୂଖର ହୋଇଉଠିଛି ।

new life
You might also like
error: Content is protected !!