News
lipub
samparksetu

ମିଳିତ ପ୍ରାଥମିକ ଶିକ୍ଷକ ମହାସଙ୍ଘ ଭୁବନ ସାଖା ତରଫରୁ ସରକାରଙ୍କ ଉଦ୍ଦେଶ୍ୟରେ ବିଇଓଙ୍କୁ ଦାବିପତ୍ର

ଓଡିଶା ସରକାର ଚୁକ୍ତି ଭିତିକ ପ୍ରଥାକୁ ଉଠାଇଦେଇଛନ୍ତି । କିନ୍ତୁ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀମାନେ ଯେଉଁ ଛଅ ବର୍ଷ ଖୁବ କମ ବେତନରେ କାର୍ଯ୍ୟ କରୁଥିଲେ ତାକୁ ନିୟମିତ କରାଇବା ଓ ଆଉ କିଛି ଦାବି ଉଦେଶ୍ୟରେ ସରକାରଙ୍କ ନିକଟକୁ ବିଇଓଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି ।

ଆଜି ଭୁବନ ବ୍ଲକର ୩୧୪ ଜଣ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀମାନେ ଭୁବନ ରାମ ମନ୍ଦିର ପ୍ରାଙ୍ଗଣରୁ ଏକ ରାଲି ବାହାର କରି ଭୁବନ ବିଇଓଙ୍କ ନିକଟରେ ପହଞ୍ଚିଥିଲେ । ତେବେ ପ୍ରାଥମିକ ଶିକ୍ଷକ ମହାସଙ୍ଘ ଭୁବନ ଶାଖାର ସଭାପତି ଶତ୍ରୁଘ୍ନ ପାତ୍ର ସେମାନଙ୍କର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଏହି ରାଲିରେ ଭାଗ ନେଇଥିଲେ । ଯଦି ସରକାର ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଦାବି ପୂରଣ ନକରନ୍ତି ତେବେ ଆସନ୍ତା ୨୭ ରିଖଠାରୁ ଓଡିଶାର କୋଣ ଅନୁକୋଣରେ ଥିବା ପ୍ରାଥମିକ ଶିକ୍ଷକ ମହାସଙ୍ଘର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନରୁ ଲୋୟର ପିଏମଜି ରେ ଦାବି ଉପସ୍ଥାପନା କରିବେ ।

ସେମାନଙ୍କର ଗୋଟିଏ ଲକ୍ଷ୍ୟ ଚଉଦ ହଜାର ଶିକ୍ଷା ସହାୟକ ମାନଙ୍କର ପ୍ରଥମ ଛଅ ବର୍ଷର ସମୟକୁ ନିୟମିତ ଚାକିରି କାଳ ସହିତ ଯୋଗ କରିବା । ତାସହିତ ୬ ଟି ଇନକ୍ରୀମେଣ୍ଟ ଦେବା ପାଇଁ ଦାବି ଏବଂ କେନ୍ଦ୍ରୀୟ ହାରରେ ଦରମା ଦେବା ପାଇଁ ଦାବି ରହିବ ।

new life
You might also like
error: Content is protected !!