News
lipub
samparksetu

ଢେଙ୍କାନାଳ ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ; ଖୋଲା ଆକାଶ ତଳେ ସନ୍ତାନ ପ୍ରସବ !

ଢେଙ୍କାନାଳ ଜିଲ୍ଲାରେ ଦିନକୁ ଦିନ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ସାମ୍ନାକୁ ଆସୁଛି । ଡାକ୍ତରଖାନା ଅଛି ରୋଗୀ ମଧ୍ୟ ଆସୁଛନ୍ତି , କିନ୍ତୁ ଡାକ୍ତର ଖାନାରେ ଉପଯୁକ୍ତ ଚିକିତ୍ସା ମିଳୁ ନଥିବା ଅଭିଯୋଗ ହୋଉଛି ।

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଳକ୍ ବିରାଶାଳ ଡାକ୍ତରଖାନାରେ ଦେଖିବାକୁ ଅଭାବନୀୟ ଘଟଣା । ଗୁରୁବାର ସନ୍ଧ୍ୟା ୭ଟାରେ ରହଣି ଗ୍ରାମର ସନ୍ତୋଷ ନାୟକ ଙ୍କ ସ୍ତ୍ରୀ ଦେବକୀ ଙ୍କ ପ୍ରସବ ବେଦନା ହେବାରୁ ସେ ପହଁଚି ଥିଲେ ।ସେଠାରେ କୌଣସି କାରଣରୁ ଡାକ୍ତରଖାନା ବନ୍ଦ ଥିଲା ତେଣୁ ଖୋଲା ଆକାଶ ତଳେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ପରେ ଡାକ୍ତରଖାନା ଖୋଲିବା ପରେ ପିଲା ସହ ମେଡିକାଲ କୁ ଯାଇଥିଲେ । ଏହି ଘଟଣା ଏବେ ସାରା ଜିଲ୍ଲାରେ ନିନ୍ଦାର ବିଷୟ ପାଲଟିଛି ।

new life
You might also like
error: Content is protected !!