News
WhatsApp Image 2023-10-04 at 17.25.00
samparksetu

ବଡ଼ ବାପା ଟାଙ୍ଗିଆ ଚୋଟରେ ପୁତୁରାର ଜୀଵନ ଗଲା

ନିଜର ବଡ଼ ବାପାର ଟାଙ୍ଗିଆ ଚୋଟରେ ପୁତୁରାର ମୃତ୍ୟୁ ହୋଇଥିବାର ଜଣାପଡ଼ିଛି ।

ସୂଚନା ଅନୁଯାୟୀ , ଗଁଦିଆ ଥାନା ଅନ୍ତର୍ଗତ ବିଧାରପୁର ଗ୍ରାମ ପଂଚାୟତ ଅଧୀନ ଝିଲ୍ଲୀ ଗ୍ରାମର ଦୁଇ ପରିବାର ଧନେଶ୍ୱର ଦେହୁରୀ (୬୦) ଓ ତାର ପୁତୁରା ଗୌରାଙ୍ଗ ଦେହୁରୀ (୩୪) ମଧ୍ୟରେ ଜାଗାବାଡି଼କୁ ନେଇ ଦୀର୍ଘ ଦିନରୁ ବିବାଦ ଲାଗି ରହିଥିଲା ।

ଆଜି ଏକ ସଜନା ଗଛକୁ ନେଇ ପୁଣି ବଡ଼ ବାପା ଓ ପୁତୁରା ମଧ୍ୟରେ ବିବାଦ ହୋଇଥିଲା , ଉଭୟଙ୍କ ମଧ୍ୟରେ ହୋଇଥିବା ପାଟିତୁଣ୍ଡ ଚରମ ସୀମାରେ ପହଂଚି ଥିଲା , ଯାହା ଫଳରେ ଧନେଶ୍ୱର ନିଜର ହାତରେ ଧରିଥିବା ଏକ ଧାରୁଆ ଟାଙ୍ଗିଆରେ ତାର ପୁତୁରା ଗୌରାଙ୍ଗ କୁ ଆକ୍ରମଣ କରି ତାର ବେକକୁ ଆଘାତ କରିଥିଲା । ତେବେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଗଁଦିଆ ପୋଲିସ ଘଟଣା ସ୍ଥଳରେ ପହଂଚି ମୃତ ଗୌରାଙ୍ଗର ଶବ ଜବତ କରି ଶବ ବ୍ୟବଛେଦ ପାଇଁ ଢେଙ୍କାନାଳ ମେଡିକାଲ କୁ ପଠାଇ ଥିଲା ।

new life
You might also like
error: Content is protected !!