News
lipub
samparksetu

ଜେ ଏମ ଏଫ ସି କୋର୍ଟ ପ୍ରତିଷ୍ଠା ଦିବସ ପାଳନ

ଗଁଦିଆ ଠାରେ ସ୍ଥାପିତ ଜେ ଏମ ଏଫ ସି କୋର୍ଟର ୩ୟ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଓକିଲ ସଂଘର ସଭାପତି ପ୍ରଦୀପ କୁମାର ସାହୁ ଙ୍କର ପ୍ରତ୍ୟକ୍ଷ ତତ୍ୱlବଧାନରେ ଅନୁଷ୍ଠିତ ଉକ୍ତ ପ୍ରତିଷ୍ଠା ଉତ୍ସଵରେ ମୁଖ୍ୟ ଅତିଥି ଭାବେ ଗଁଦିଆ ଜେ ଏମ ଏଫ ସି କୋର୍ଟ ବିଚାରପତି ସୌରବ ସାଗର ପ୍ରଧାନ ଯୋଗ ଦେଇ ଉକ୍ତ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ l

ସଙ୍ଘର ସଭାପତି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ବିଚାରପତି ଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ସେହିପରି
ଜେ ଏମ ଏଫ ସି କୋର୍ଟର ନୂତନ ବିଲ୍ଡିଙ୍ଗ ପାଇଁ ଜାଗା ଚିହ୍ନଟ ସହ ଅନୁଦାନ ରାଶି ଅନୁମୋଦିତ ହୋଇଥିବାରୁ ଓକିଲ ସଂଘ ପକ୍ଷରୁ ଢେଙ୍କାନାଳ ଜିଲ୍ଲା ଜଜ ଶରତ ଚନ୍ଦ୍ର ଦେହୁରୀ ଗଁଦିଆ ଜେ ଏମ ଏଫ ସି ବିଚାରପତି ଓ ସ୍ଥାନୀୟ ତହସିଲଦାର ଆଶିଷ ରଞ୍ଜନ ସାହୁ ପ୍ରମୁଖ ଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଏଥିରେ ସଂଘର ସମସ୍ତ ଆଇନଜୀବୀ ଓ କୋର୍ଟ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।

new life
You might also like
error: Content is protected !!