News
lipub
samparksetu

ପାଇଥିବା ସୁନାଗହଣା ଫେରେଇଲେ ଦମ୍ପତି

ଆଜିର ସମାଜରେ ଭଲମଣିଷ ତିଷ୍ଠି ରହିଛନ୍ତି ଏହା ଶୁଣିଲେ ବହୁତ ଖୁସି ଲାଗୁଚି । ଲକ୍ଷାଧିକ ଟଙ୍କାର ସୁନା ଗହଣା ପାଇକରି ମଧ୍ୟ ମନରେ ଲୋଭ ନରଖି ତାହାକୁ ସଠିକ ବ୍ୟକ୍ତିଙ୍କୁ ଫେରାଇ ନିଜର ମହାନତା ଦେଖାଇ ଗଁଦିଆ ବ୍ଲକରେ ଆଦର୍ଶ ହୋଇ ଯାଇଛନ୍ତି ଏକ ଦମ୍ପତ୍ତି ।

ସୂଚନା ଅନୁଯାୟୀ , ୫ତାରିଖ ଦିନ ଏକ ମୋଟର ବାଇକରେ ଗଁଦିଆ ଥାନା ଅନ୍ତର୍ଗତ ଷଡଙ୍ଗୀ ଗ୍ରାମର ସୁଜିତ ମହାରଣା ସପତ୍ନୀ ନିଜର ଗ୍ରାମରୁ ଭୁବନ ଅଂଚଳ କୁ ଯାଉଥିଲେ ତାଙ୍କର ଗାଡ଼ିରେ ଏକ ବ୍ୟାଗ ଥିଲା ସେଥିରେ ୨ଲକ୍ଷ ଟଙ୍କାର ସୁନା ଗହଣା ଦୁଇଟି ନେକଲେସ ଓ ଗୋଟିଏ ଚେନ ଥିଲା ତାଙ୍କର ଅଜାଣତରେ ଉକ୍ତ ବ୍ୟାଗଟି ମନ୍ଦାର ଠାରେ ଖସି ପଡ଼ିଥିଲା ।

ଉକ୍ତ ବ୍ୟାଗ କୁ ସେହିଗ୍ରାମର ଦିନ ମଜୁରିଆ ଭାବରେ କାମ କରୁଥିବା ଗଗନ ଦେହୁରୀ ଓ ତାର ପତ୍ନୀ ମାଳତୀ ଦେହୁରୀ ରାସ୍ତାରୁ ପାଇଥିଲେ ଉକ୍ତ ବ୍ୟାଗ ହଜିବା ସମ୍ପର୍କରେ ସୁଜିତ ଗଁଦିଆ ଥାନାରେ ଜଣାଇଥିଲେ ଗଁଦିଆ ଥାନା ଆଇଆଇସି ସତ୍ୟବ୍ରତ ଭୁତିଆ ଘଟଣା ସମ୍ପର୍କରେ ଅନୁସନ୍ଧାନ ଜାରି ରଖିଥିବା ବେଳେ ଉକ୍ତ ଦମ୍ପତି ପାଇଥିବା ସୁନା ଗହଣା ଫେରସ୍ତ ନିମନ୍ତେ ପୋଲିସ କୁ ଯୋଗାଯୋଗ କରିଥିଲେ ।

ଆଜି ଗଁଦିଆ ଥାନା ଅଧିକାରୀ ଙ୍କର ଉପସ୍ଥିତରେ ସୁଜିତ ଙ୍କୁ ତାଙ୍କର ସୁନାଗହଣା ସହିତ ବ୍ୟାଗ ହସ୍ତାନ୍ତର କରାଯାଇଥିଲା । ସେଥିରେ ଗୋଟିଏ ମୋବାଇଲ ସେଟ ଥିଲା ଉକ୍ତ ଦମ୍ପତି ଦିନ ମଜୁରିଆ ହୋଇ ସୁଦ୍ଧା ମନରେ ଲୋଭ ନକରି ଯେପରି ଭାବରେ ନିଜର ସାଧୁତାର ପରିଚୟ ପତ୍ର ସୃଷ୍ଟି କଲେ ତାହା ଗଁଦିଆ ବ୍ଲକରେ ସମସ୍ତ ଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି ।

new life
You might also like
error: Content is protected !!