News
lipub
samparksetu

୯ମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା , ବାଲ୍‌ ସୁଧାର ଗୃହ ଗଲେ ନାବାଳକ

ଢେଙ୍କାନାଳ ସହର ହାଟରୋଡ୍‌ ଅଞ୍ଚଳର ୯ମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଜବତ ମାମଲାରେ ରବିବାର ପରିବାର ପକ୍ଷରୁ ଟାଉନ୍‌ ଥାନାରେ ଅଭିଯୋଗ କରାଯାଇଛି। ଗାଧୋଇବା ବେଳର ଭିଡିଓକୁ ସ୍ଥାନୀୟ ଜଣେ ୧୦ମ ଶ୍ରେଣୀ ପଢୁଥିବା ନାବାଳକ ଛାତ୍ର ଭାଇରାଲ୍‌ କରିଦେବା ପରେ ଛାତ୍ରୀଜଣକ ଲୋକଲଜ୍ଜା ଏବଂ ମାନସିକ ଯନ୍ତ୍ରଣା ସହି ନ ପାରି ଏଭଳି ନିଷ୍ପତ୍ତି ନେଇଥିବା ତାଙ୍କ ମା’ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି।

ଏ ନେଇ ନଂ. ୧୮୧/୨୩, ଦଫା ୩୦୬ରେ ଏକ ମାମଲା ରୁଜୁ କରାଯାଇଛି। ପୋଲିସ ସମ୍ପୃକ୍ତ ନାବାଳକଙ୍କୁ ଢେଙ୍କାନାଳସ୍ଥିତ ପ୍ରିନ୍ସିପାଲ ମାଜିଷ୍ଟ୍ରେଟ୍‌ ଜୁଭେନାଇଲ ଜଷ୍ଟିସ ବୋର୍ଡ ନିକଟରେ ହାଜର କରାଇଥିଲା। ଏହାପରେ ତାଙ୍କୁ ଅନୁଗୋଳ ସ୍ଥିତ ବାଲ୍‌ ସୁଧାର ଗୃହକୁ ପଠାଇ ଦିଆଯାଇଛି। ଅନ୍ୟପଟେ ନାବାଳକଙ୍କ ମା’ ଗଣମାଧ୍ୟମ ଆଗରେ ତାଙ୍କ ପୁଅ ନିର୍ଦ୍ଦୋଷ ବୋଲି ଦାବି କରିଛନ୍ତି। ନାବାଳିକାଙ୍କୁ ତାଙ୍କ ପରିବାର ଲୋକେ ହିଁ ହତ୍ୟା କରିଛନ୍ତି।

ଓଲଟି ତାଙ୍କ ପୁଅ ଓ ପରିବାର ଉପରେ ଦୋଷ ଲଦୁଥିବା ସେ ଅଭିଯୋଗ କରିଛନ୍ତି। ପୋଲିସ ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ତଦନ୍ତ ଚଳାଇଛି। ସୂଚନାଯୋଗ୍ୟ, ଗତ ଶନିବାର ପୂର୍ବାହ୍ନରେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ତାଙ୍କ ଘରୁ ଜବତ କରାଯାଇଥିଲା।

new life
You might also like
error: Content is protected !!