News
lipub
samparksetu

ରାସ୍ତା ନିର୍ମାଣକୁ ନେଇ ଜନ ଅସନ୍ତୋଷ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନଏସି ୧୫ ନଂ ୱାର୍ଡ ଆଳୁସିଂହ ଗ୍ରାମରେ ପୂର୍ତ୍ତବିଭାଗର ରାସ୍ତା ନିର୍ମାଣକୁ ବିରୋଧ କରି ଶତାଧିକ ମହିଳା ଓ ଗ୍ରାମବାସୀ ମାନେ ବିରୋଧ କରିବା ସହିତ ରାସ୍ତାଟି ଗ୍ରାମଦେବୀଙ୍କ ନିକଟ ପାର୍ଶ୍ୱ ଦେଇ ସଙ୍କୋଳ ରାସ୍ତାରେ ସଂଯୋଗ କରିବାକୁ ଗ୍ରାମବାସୀ ମାନେ ଦାବିକରି ଏକ ଦାବିପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଏହା ମଧ୍ୟରେ କାଉନସିଲର ଜନସାଧାରଣଙ୍କୁ ଦାବିକୁ ଗୁରୁତ୍ୱ ନଦେଇ ଗ୍ରାମବାସୀ ମାନେ ଆଇନକୁ ହାତକୁ ନେଉଥିବାର ମନ୍ତବ୍ୟ ଦେବାକୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି ।

ଅଭିଯୋଗ ଅନୁସାରେ ଗ୍ରାମରେ ପ୍ରାୟ ୮୦ ଟି ପରିବାରର ୬ଶହ ଲୋକ ବସବାସ କରୁଛନ୍ତି । ଗ୍ରାମକୁ ପୂର୍ବ ଏବଂ ପଶ୍ଚିମ ପାର୍ଶ୍ଵରେ ଚଳାଚଳ ପାଇଁ କୌଣସି ରାସ୍ତା ନଥିବା ବେଳେ ଗ୍ରାମର ମଧ୍ୟ ଭାଗରୁ ରାସ୍ତାଟି ଦକ୍ଷିଣପାର୍ଶ୍ୱ ରାସ୍ତାରେ ମିଶିଛି ।

ସେଠାରେ ଥିବା ଏକ କୂଅରୁ ଗ୍ରାମବାସୀ ମାନେ ପାଣି ବ୍ୟବହାର କରିବା ସହିତ ନିକଟରେ ଅଙ୍ଗନବାଡ଼ି କେନ୍ଦ୍ର ରହିଛି ।ସେଠାରୁ କିଛି ଦୂରତାରେ ସରକାରୀ ବିଦ୍ୟାଳୟ ମଧ୍ୟ ରହିଛି।ପୂର୍ତ୍ତ ବିଭାଗ ତରଫରୁ ହେବାକୁ ଥିବା ରାସ୍ତାଟି ଏହି ରାସ୍ତାଦେଇ ନିର୍ମାଣ କରାଗଲେ ପିଲା ମାନଙ୍କ ସହିତ ଗ୍ରାମବାସୀ ମାନେ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେବେ ।

ଯେଉଁ ରାସ୍ତାନିର୍ମାଣ ହେଉଛି ସେହି ରାସ୍ତାର ୨ଶହ ମିଟର ରାସ୍ତା ଗ୍ରାମବାସୀଙ୍କ ଦଖଲରେ ରହିଥିବାର ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି । ଏହାକୁ ନେଇ ଗ୍ରାମବାସୀ ମାନେ ବାରମ୍ବାର ପ୍ରଶାସନକୁ ଅଭିଯୋଗ କଲେ ମଧ୍ୟ କୌଣସି ଫଳ ମିଳୁନାହିଁ ।

new life
You might also like
error: Content is protected !!