News
lipub
samparksetu

ହିନ୍ଦୋଳ ବ୍ଲକରେ ଭରସା କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଐତିହାସିକ ପଦକ୍ଷେପ “ଭରସା” କାର୍ଯ୍ୟକ୍ରମ ଯେଉଁଥିରେ ରହିଯାଉଥିବା କିଛି ବୃଦ୍ଧ ବୃଦ୍ଧା, ବିକଳାଙ୍ଗ, ବିଧବା ଓ ଅବିବାହିତା ମହିଳା ହିତାଧିକାରୀ ମାନଙ୍କୁ ଚିହ୍ନଟ କରି ଭତ୍ତା ଦିଆ ଯାଇପାରିବ।

ଆଜି ହିନ୍ଦୋଳ ବ୍ଲକରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ଢେଙ୍କାନାଳ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ମୁଖ୍ୟ ଅତିଥି, ମାନ୍ୟବର ହିନ୍ଦୋଳ ବିଧାୟିକା ଶ୍ରୀମତୀ ସୀମାରଣୀ ନାୟକ ସଂନମାନିତ ଅତିଥି ଭାବରେ ଯୋଗଦେଇ ଭତ୍ତା ବଣ୍ଟନ କରିଥିଲେ।ଅନ୍ୟାନ୍ୟ ଅତିଥି ଭାବରେ ଢେଙ୍କାନାଳ ଜିଲାପାଳ ଶ୍ରୀ ସରୋଜ ସେଠି, ପିଡି ଶ୍ରୀ ସାଫଲ୍ୟମଣ୍ଡିତ ମିଶ୍ର,ହିନ୍ଦୋଳ ଉପଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର, ତହସିଲଦାର ଶ୍ରୀ ସୁଶାନ୍ତ କୁମାର ମିଶ୍ର, ବିଡ଼ିଓ ଶ୍ରୀମତୀ କ୍ଷୀରାବଧି ତନ୍ମୟା ସାହୁ, ଉପଖଣ୍ଡ ଚିକିତ୍ସାଅଧିକାରୀ ସୁଧାଂଶୁ ମିଶ୍ର, ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରିୟରଞ୍ଜନ ମାହୁନ୍ତ, ଉପାଧ୍ୟକ୍ଷା ଅନୁସାୟା ମାହୁନ୍ତ ଯୋଗ ଦେଇଥିବା ବେଳେ ବ୍ଲକ ଅଧ୍ୟକ୍ଷ ମଞ୍ଚ ପରିଚାଳନା କରିଥିଲେ।ଆଜି ଏହି କାର୍ଯ୍ୟକ୍ରମ ରେ ସର୍ବମୋଟ ୭୭୯ ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଛି ।

new life
You might also like
error: Content is protected !!