News
lipub
samparksetu

ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟ ଉଦଘାଟିତ

ହିନ୍ଦୋଳ ବିଧାୟିକା ସୀମା ରାଣି ନାୟକଙ୍କ ପ୍ରଚେଷ୍ଟାରେ ଆଜି ଉପଖଣ୍ଡ ର ପାଞ୍ଚଗୋଟି ପଂଚାୟତ ରେ ୫ ଗୋଟି ନୁତନ ରାଜସ୍ବ କାର୍ଯ୍ୟାଳୟ ଉଦଘାଟିତ ହୋଇ ଯାଇଛି।

ଉପଖଣ୍ଡ ର ଗଣ୍ଡାନାଳୀ,ଚିତ୍ତଲପୂର୍, କାରନ୍ଦା, କନ୍ତିମିଲି ଓ ବାଉଁଶ ପୋଖରୀ ଠାରେ ନୂତନ ରାଜସ୍ବ କାର୍ଯ୍ୟାଳୟ କୁ ହିନ୍ଦୋଳ ଉପଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିସହ ସ୍ଥାନୀୟ ଅଧିବାସୀ ମାନେ ଆଜି ଠାରୁ ଏହି କାର୍ଯ୍ୟାଳୟ ରୁ ସମସ୍ତ ପ୍ରକାର ଜମି ଜମା ଓ ରାଜସ୍ବ ସମ୍ବନ୍ଧୀୟ ସେବା ପାଇ ପାରିବେ ବୋଲି ପ୍ରକାଶ କରିଥିଲେ।

ଉଦଘାଟନୀ କାର୍ଯ୍ୟ କ୍ରମରେ ହିନ୍ଦୋଳ ତହସିଲଦାର ଶୁଶାନ୍ତ କୁମାର ମିଶ୍ର ଅତିରିକ୍ତ ତହସିଲଦାର ଅନୁପ ପରମ ଗୁରୁ, ଓକିଲ ହିମାଂଶୁ ମିଶ୍ର ଓ ସ୍ଥାନୀୟ ଅଞ୍ଚଳର ଲୋକ ପ୍ରତିିନିଧି ମାନେ ଯୋଗ ଦେଇଥିଲେ।

new life
You might also like
error: Content is protected !!