News
lipub
samparksetu

ହିନ୍ଦୋଳ ରେ ଲାଲ ବୁଲେଟ ଆତଙ୍କ

ଲାଲ ବୁଲେଟ ରେ ଦୁର୍ବୃତ୍ତ ମାନେ ଆସି ବିଭିନ୍ନ ମାରଣାସ୍ତ୍ର ଦେଖାଇ ସାଧାରଣ ଲୋକ ଙ୍କୁ ଭୟଭୀତ କରାଇ ଲକ୍ଷାଧିକ ଟଙ୍କା ଲୁଟି ନେଇ ଥିବା ପରି ଘଟଣା ଆଜି ସ୍ପଷ୍ଟ ଦିବାଲୋକ ରେ ହିନ୍ଦୋଳ ଏନ୍.ଏ.ସି. ଅଞ୍ଚଳ ରେ ଘଟିଛି। ଯାହାକି ଡକାୟତି କରୁଥିବା ଦୁର୍ବୃତ୍ତ ମାନେ ପୋଲିସ କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି।

ସୂଚନା ଅନୁଯାୟୀ , ଆଜି ଅପରାହ୍ନ ୩ଟା ସମୟରେ ହିନ୍ଦୋଳ ଏନ୍.ଏ.ସି. ର ବିଶ୍ବମ୍ବର ମୁଦୁଲି ଙ୍କ ପୁତ୍ର ଗୋବିନ୍ଦ ମୁଦୁଲି ( ୩୦) ହିନ୍ଦୋଳ କାନାରା ବ୍ୟାଙ୍କ ରୁ ୧ଲକ୍ଷ ୨୦ ହଜାର ଟଙ୍କା ଉଠାଣ କରି ନିକଟସ୍ଥ ପେଟ୍ରୋଲ ପମ୍ପ କୁ ନିଜ ସ୍କୁଟି ରେ ପେଟ୍ରୋଲ ପକାଇବା ପାଇଁ ଯାଉଥିଲେ। ନିଜ ନାମ ରେ ଆସିଥିବା ଆବାସ ଯୋଜନା ର ଟଙ୍କା ଉଠାଇ ଥିଲେ। ଠିକ୍ ସେତିକି ବେଳେ ଏକ ଲାଲ ବୁଲେଟ ରେ ୩ଜଣ ଗୋବିନ୍ଦ ଙ୍କୁ ପିଛା କରିଥିଲେ।

ଲାଲ ବୁଲେଟ ରେ ୩ଜଣ ଯୁବକ ଏକ ଧାରୁଆ ଅସ୍ତ୍ର ଦେଖାଇ ଗୋବିନ୍ଦ ଙ୍କୁ ଅଟକାଇ ମାରି ଦେବାର ଧମକ ଦେଖାଇଲେ। ବୁଲେଟ ଚାଳକ ଜଣଙ୍କ ହେଲେମେଣ୍ଡ ପିନ୍ଧିଥିବା ବେଳେ ଅନ୍ୟ ଦୁଇ ଜଣ ମୁଁହ ରେ ମୁଖା ଲଗେଇ ଥଲେ।

ସେମାନେ ଓଡ଼ିଆରେ କହୁଥିବା ବେଳେ ପ୍ରଥମେ ମୋବାଇଲ୍ ଟି ଛଡାଇ ନେଇ ଥିଲେ।ପରେ ସ୍କୁଟି ଡିକି ରେ ବ୍ୟାଙ୍କ୍ ରୁ ଉଠାଇ ଥିବା ୧ ଲକ୍ଷ ୨୦ ହଜାର ଟଙ୍କା ଛଡ଼ାଇ ନେଇ ଅନୁଗୋଳ ଆଡ଼କୁ ଦୃତ ବେଗ ରେ ପକାଇ ଥିଲେ। ଏହି ଘଟଣା ସ୍ପଷ୍ଟ ଦିବାଲୋକରେ ଘଟି ଥିବାରୁ ସାଧାରଣ ଲୋକଙ୍କ ମଧ୍ୟ ରେ କୋକୁଆ ଭୟ ସୃଷ୍ଟି ହେବା ସହ ପୋଲିସ କୁ ଖୋଲା ଚ୍ୟାଲେଞ୍ଜ ମଧ୍ୟ ହୋଇଛି। ଘଟଣା ଘଟିବା ପରେ ପୋଲିସ ତତ୍ପର ହୋଇ ପଡ଼ିଛି।

new life
You might also like
error: Content is protected !!