News
lipub
samparksetu

ଜନ୍ତୁ ଶୀକାର ପାଇଁ ଉଦ୍ୟମ କରୁଥିବାବେଳେ ଜଙ୍ଗଲରୁ ୩ ଶିକାରୀଙ୍କୁ କାବୁକଲା ବନ ବିଭାଗ

ହିନ୍ଦୋଳ ବନାଞ୍ଚଳର କର୍ଣ୍ଣପୁର ବିଟ ଅନ୍ତର୍ଗତ ପଡା ଗ୍ରାମ୍ୟ ଜଙ୍ଗଲ ମଧ୍ୟରୁ ଗତକାଲି ବିଳମ୍ବିତ ସନ୍ଧ୍ୟାରେ ଜନ୍ତୁ ଶୀକାର ପାଇଁ ଉଦ୍ୟମ କରୁଥିବା ବେଳେ ହିନ୍ଦୋଳ ବନ ବିଭାଗ ପକ୍ଷରୁ ଅତର୍କିତ ଚଢାଉ କରାଯାଇ ଜଙ୍ଗଲ ମଧ୍ୟରୁ ୩ ଜଣ ଶିକାରୀଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ ଗୋଟିଏ ବନ୍ଧୁକଗୁଳି ସହିତ ଏକ ହେଡ୍ ଲାଇଟ୍ କୁ ଜବତ୍ କରାଯାଇଥିବା ଜଣାପଡିଛି।

ପ୍ରକାଶ ଯେ ହାତୁରା ପଞ୍ଚାୟତର ପଡା ସମେତ ଆଖ ପାଖ ମାହାଲୁଣ୍ଡା ,ପାଟଲା,ଦୁଦୁରକୋଟ୍,କଲ ଣ୍ଡା,ବଙ୍ଗୁ ଆଦି ଗ୍ରାମ ମାନଙ୍କରେ ବେଆଇନ୍ ଜନ୍ତୁ ଶିକାରୀ ମାନେ ସକ୍ରିୟ ରହି ବିଭିନ୍ନ ସମୟରେ ଜନ୍ତୁ ଶିକାରୀ କରି ତାକୁ ଅଦର ଦରରେ ବିକ୍ରି କରୁଥିବାର ନଜିର୍ ରହିଥିଲା।

ଗତକାଲି କୌଣସି ସୂତ୍ରରୁ ଖବର ପାଇ ହିନ୍ଦୋଳ ବନ ବିଭାଗର କର୍ଣ୍ଣପୁର ବିଟ ଦାୟିତ୍ଵରେ ଥିବା ବନରକ୍ଷୀ ମନୋଜ ବେହେରାଙ୍କ ସମେତ ହାତୀ ଘୋଡା ସ୍କ୍ୱାର୍ଡ ଦଳ ଗ୍ରାମ୍ୟ ଜଙ୍ଗଲ ମଧ୍ୟରେ ପ୍ରବେଶ କରି ୩ ଜଣ ଜନ୍ତୁ ଶିକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ଗିରଫ ସମସ୍ତ ୩ ଅଭିଯୁକ୍ତ ପଡା ଗ୍ରାମର ଗୁମାନି ସେଠୀ , ଦୁଷ୍ମନ୍ତ ସାହୁ ଓ ଲିଙ୍କନ ସେଠୀ।

ଅଭିଯୁକ୍ତ ମାନଙ୍କୁ ବିଭାଗୀୟ ହାଜତରେ ଭର୍ତ୍ତି କରି ସେମାନଙ୍କଠାରୁ ଅଧିକ ତଥ୍ୟ ସଂଗ୍ରହ ପାଇଁ ଗତକାଲିଠାରୁ ପଚରା ଉଚରା ଜାରି ରହିଛି।ଆସନ୍ତା କାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡିଛି।

new life
You might also like
error: Content is protected !!