News
lipub
samparksetu

ବିଦ୍ୟାଳୟ ରେ ମାଙ୍କଡ଼ ଆକ୍ରମଣ ରେ ଛାତ୍ର ଗୁରୁତର

ଆଜିର ଶିଶୁ ଆସନ୍ତା କାଲିର ଭବିଷ୍ୟତ। ପିଲାଙ୍କ ଭବିଷ୍ୟତ ଗଢ଼ିତୋଳିବା ଶିକ୍ଷକ ଶିକ୍ଷୟିତ୍ରୀ ଙ୍କର ଦାୟିତ୍ୱ ଏଥିପାଇଁ ରାଜ୍ୟ ସରକାର ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଉଚ୍ଚ ବେତନ ଦିଅନ୍ତି କିନ୍ତୁ ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ପଞ୍ଚପଡା ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସେମାନଙ୍କ ନୈତିକତାରେ ଚରମ ଅବହେଳାର ଦୃଶ୍ୟ ସାମ୍ନାକୁ ଆସିଛି।

ସେହି ବିଦ୍ୟାଳୟର ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ତରୁଣ ଗୋଚ୍ଛାୟତ ନାମକ ଜଣେ ଛାତ୍ର ଆଜି ମାଙ୍କଡ଼ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ପ୍ରଥମେ ଚିକିତ୍ସା ନକରାଇ ତାଙ୍କ ଘରକୁ ପଠେଇ ଦେଇଛନ୍ତି ବିଦ୍ୟାଳୟର ନୈତିକତା ବିହୀନ ଶିକ୍ଷକ ମାନେ।

ମାଙ୍କଡ଼ ଆକ୍ରମଣରେ ଶିଶୁଟିର ମୁହଁ ଏବଂ ଛାତିରେ ଗଭୀର କ୍ଷତ ହୋଇଥିବାବେଳେ କିପରି ତାଙ୍କୁ ପ୍ରାଥମିକ ଚିକିତ୍ସା ନକରାଇ ଘରକୁ ପଠାଇ ଦିଆଗଲା ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଏହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି ।

new life
You might also like
error: Content is protected !!