News
lipub
samparksetu

ବାଇକ ଡିକିରୁ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ହିନ୍ଦୋଳ ରୋଡ ବଜାର ଛକ ଜନ ଗହଳି ସ୍ଥାନରେ ଥିବା ଏକ ବାଇକ ଡିକିରୁ ଜଣେ ଦୁର୍ବୃତ୍ତ ୬୦ ହଜାର ଟଙ୍କା ନେଇ ପାର ହୋଇ ଯାଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ , ହିନ୍ଦୋଳ ବ୍ଲକ ଅନ୍ତର୍ଗତ ବେଡାପଡା ଗ୍ରାମ ର ମନୋଜ ଗଡ଼ନାୟକ ନାମକ ବ୍ୟକ୍ତି ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ଶାଖାରୁ ୬୦ ହଜାର ଟଙ୍କା ଉଠାଇ ନିଜ ବାଇକ ଡିକିରେ ରଖି ଲୁଗା କିଣିବା ପାଇଁ ହିନ୍ଦୋଳ ରୋଡ ବଜାର ଛକ ରେ ଥିବା ଏକ ଲୁଗା ଦୋକାନ ସମ୍ମୁଖରେ ନିଜର ମୋଟର ସାଇକେଲ ରଖି ଦୋକାନ ଭିତରକୁ ଯାଇଥିଲେ। ମନୋଜ ଙ୍କୁ କେହି ଦୁର୍ବୃତ୍ତ ପିଛା କରିଥିଲେ ମନୋଜ ଦୋକାନ ଭିତରକୁ ଯିବା ପରେ ନକଲି ଚାବି ରେ ଡିକି ଖୋଲି ଟଙ୍କା ବିଡାଧରି ଅନ୍ୟ ଏକ ବାଇକ ରେ ପଳାଇ ଯାଇଥିଲେ।

ଦିବାଲୋକରେ ସର୍ବସମ୍ମୁଖରେ ଜନ ଗହଳି ସ୍ଥାନରୁ ଟଙ୍କା ନେଇ ଫେରାର ହେବାରେ କେହି ଜାଣି ନପାରିବା ସାଧାରଣ ରେ ଆଶ୍ଚର୍ଯ୍ୟ ପ୍ରକଟ କରିଛି । ଅବଶ୍ୟ ଦୁର୍ବୃତ୍ତ ବାଇକ ଡିକି ରୁ କିପରି ଟଙ୍କା ନେଇ ପାର ହୋଇ ଯାଇଥିବା ପାଖରେ ଥିବା ସିସିଟିଭି କ୍ୟାମେରା ରେ ଫୁଟେଜ ରହିଥିବା ଜଣାପଡିଛି । ଏହି ଘଟଣା ହିନ୍ଦୋଳ ରୋଡ ଫାଣ୍ଡି ଠାରୁ ୨୦୦ ମିଟର ଦୂରରେ ଘଟିଥିବା ଜଣାପଡିଛି ।

new life
You might also like
error: Content is protected !!