News
lipub
samparksetu

ଦୁର୍ବୃତ୍ତ ଙ୍କ ଆକ୍ରମଣରେ ଯୁବକ ଗୁରୁତର ଆହତ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଜରଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜରଡ଼ା ଠାରେ ଘଟିଛି ଏକ ନାରକୀୟ କାଣ୍ଡ।

ସୂଚନା ଅନୁଯାୟୀ , ଜରଡା ଗ୍ରାମର ସରୋଜ କୂମାର ପାଢ଼ୀ (୫୦) ଆଜି ଗ୍ରାମ ନିକଟସ୍ଥ ଆଶ୍ରମରେ ଫୁଲତୋଳୁଥିବା ସମୟରେ ଦୁଇ ଦୁର୍ବୃତ୍ତ ଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ଆହତ ସରୋଜଙ୍କ ର ହାତ, ବେକ ଏବଂ ଗୋଡ଼ରେ ଶକ୍ତ ଆଘାତ ଲାଗିଛି। ରାଜନୈତିକ ଶତ୍ରୁତା ରୁ ଏଭଳି ଘଟଣା ଘଟିଥିବାରୁ ଅନୁମାନ କରାଯାଉଛି ଏବଂ ଗ୍ରାମରେ ମଧ୍ୟ ଟୁପୁରଟାପର ହୋଇ ଗ୍ରାମବାସୀ ଆଲୋଚନା କରୁଥିବାର ଶୁଣିବାକୁ ମିଳିଛି।

ଯୁବକ ଜଣଙ୍କ ରାସୋଳ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ବେଳେ ରସୋଳ ଥାନା ଅଧିକାରୀ ଏସମ୍ବନ୍ଧରେ ଅଧିକ ତଦନ୍ତ କରୁଥିବା ଜଣାପଡିଛି ।ଏ ସମ୍ପର୍କରେ ଯୋଗାଯୋଗ କରାଯିବାରୁ ରସୋଳ ଥାନା ଅଧିକାରୀ ଫୋନ ନଉଠାଇବାରୁ ଯୋଗାଯୋଗ ସମ୍ଭବ ହୋଇପାରିନି । ତେବେ ଦେଖିବାକୁ ବାକି ରହିଲା ଅଭିଯୋଗ ପରେ ରାସୋଳ ପୋଲିସ କିପ୍ରକାର ପଦକ୍ଷେପ ଗ୍ରହଣ କରୁଛି।ରାସୋଳ ଅଞ୍ଚଳରେ ଦିନକୁ ଦିନ ଚୋରି ଡକାୟତି, ହିଂସା ଏବଂ ଗାଡ଼ି ପୋଡ଼ାଜଳା ଘଟୁଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢିବାରେ ଲାଗିଛି। ସେପଟେ ଉକ୍ତ ପଂଚାୟତ ରେ ହେଉଥିବା ବିଭିନ୍ନ ଉର୍ଣ୍ଣୟନ ମୂଳକ କାର୍ଯ୍ୟର ଅନିୟମିତତା ସମ୍ପର୍କରେ ଅଭିଯୋଗ କରିବାରୁ ଓ କହିବାରୁ ତାଙ୍କୁ ରାଜନୈତିକ ଆକ୍ରୋଶ ରଖି ଆକ୍ରମଣ ହୋଇଛି ବୋଲି ଆହତ ସରୋଜ ପାଢ଼ୀ ପ୍ରକାଶ କରିଥିବା ବେଳେ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

new life
You might also like
error: Content is protected !!