News
lipub
samparksetu

ପ୍ରାଣୀ ବିଜ୍ଞାନ ବିଭାଗର ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ମହାବିଦ୍ୟାଳୟ ପରିସରରେ ପ୍ରାଣୀ ବିଜ୍ଞାନ ବିଭାଗ ତରଫରୁ ଶେଷ ବର୍ଷର ଛାତ୍ରଛାତ୍ରୀ ନିମନ୍ତେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଛି ।

ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଶ୍ରୀ ଜିତେନ୍ଦ୍ରିୟ ଶତପଥୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ବିଭାଗର ଦ୍ଵିତୀୟ ଓ ପ୍ରଥମ ବର୍ଷ ର ଛାତ୍ରଛାତ୍ରୀ ଶେଷ ବର୍ଷ ର ଛାତ୍ର ଛାତ୍ରୀ ଙ୍କୁ ପୁଷ୍ପ ଚନ୍ଦନ ଦେଇ ସଭା କୁ ଆମନ୍ତ୍ରିତ କରିବା ସହ ସ୍ମୃତି ନିମନ୍ତେ ଉପହାର ଦେଇଥିଲେ l ସଭାରେ ସମ୍ମାନିତ ଅତିଥି ଭାବେ ଉଦ୍ଭିଦ ବିଜ୍ଞାନର ମୂଖ୍ୟ ଅଧ୍ୟାପିକା ଶ୍ରୀମତୀ ମଧୁସ୍ମିତା ପଣ୍ଡା , ରସାୟନ ବିଜ୍ଞାନର ଅଧ୍ୟାପକ ଆଦିତ୍ୟ ନାରାୟଣ ବେହେରା, ରସାୟନ ବିଜ୍ଞାନର ଡେମନଷ୍ଟ୍ରେଟର ଶ୍ରୀ ଶକ୍ତିପ୍ରସାଦ ନାୟକ , ଓ ବିଭାଗର ଡେମନଷ୍ଟ୍ରେଟର ଶ୍ରୀ ସୁବ୍ରତ ବେହେରା ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀ ଙ୍କର ଉଜ୍ଜ୍ଲଳମୟ ଭବିଷ୍ୟତ ଗଠନ ଦିଗରେ ମାର୍ଗ ଦର୍ଶନ ଦେଇଥିଲେ ।

new life
You might also like
error: Content is protected !!