News
lipub
samparksetu

ମହିମା ଗାଦିରେ ୧୪୪ ଧାରା ଲାଗୁ

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଯୋରନ୍ଦାର ବିଶ୍ୱପ୍ରସିଦ୍ଧ ମହିମାଗାଦି ଠାରେ ତୃତୀୟ ବେଢ଼ା ମଧ୍ୟରେ ଥିବା ଦୀର୍ଘ ବର୍ଷର ସିଦ୍ଧବଡ଼ କୃପାସିନ୍ଧୁ ବାବାଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ବିତି ମନ୍ଦିର ଓ ଟୁଙ୍ଗିକୁ ଉଚ୍ଛେଦ ପାଇଁ କୋର୍ଟ ନୋଟିସ ଜାରି କରିଛି । ତେଣୁ ରବିବାର ୧୪୪ ଧାରା ଲାଗୁ ହୋଇଛି । ଡାକବାଜି ଯନ୍ତ୍ର ଦ୍ୱାରା ଲୋକଙ୍କୁ ସଚେତନ କରାଯିବା ସହ ପୋଲିସ ମୁତୟନ ହୋଇଛି ।

ଗତକାଲି ରବିବାର ଥିବାରୁ ଶହ ଶହ ପର୍ଯ୍ୟଟକ ଙ୍କ ଯୋରନ୍ଦା ରେ ସମାଗମ ହୋଇଥିଲା ।କିନ୍ତୁ ପୋଲିସ ଦ୍ୱାରା ଗାଦି ମନ୍ଦିରକୁ ପ୍ରବେଶ ରେ ବାରଣ କରାଯାଇଥିଲା ।କେବଳ ମନ୍ଦିର ନୀତିକାନ୍ତି ପାଇଁ ୫ଜଣ ନୀତି ସନ୍ୟାସୀଙ୍କୁ ପ୍ରବେଶ ଅନୁମତି ଦିଆ ଯାଇଥିବା ବେଳେ ଉଭୟ ବକ୍କଳଧାରୀ ,କୌପିନଧାରୀ, ଭକ୍ତ ଓ ସର୍ବସାଧାରଣଙ୍କୁ ବାରଣ ହୋଇଛି ।

new life
You might also like
error: Content is protected !!