News
lipub
samparksetu

ଦିନ ଦ୍ବିପ୍ରହରେ ସୁନାହାର ଲୁଟ

ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଯୋରନ୍ଦା ଫାଣ୍ଡି ମହିମାଗାଦି ର ବାସନ୍ତୀ ନାୟକ ସ୍ୱାମୀ କୁର୍ପାସିନ୍ଧୁ ନାୟକଙ୍କ ଘରେ ଦୁର୍ବୃତ୍ତ ପ୍ରଥମେ କୁର୍ପାସିନ୍ଧୁ ଙ୍କୁ ଶୋଇଥିବା ସମୟରେ କବାଟ ବନ୍ଦ କରିଦେଇଥିଲେ।

ଦୁର୍ବୃତ୍ତ ଫୋନ ଆସିଛି ବୋଲି କବାଟ ବାଡେଇଥିଲେ ହଠାତ ବାସନ୍ତୀ ନାୟକ ଖୋଲିଥିଲେ କିନ୍ତୁ ତାଙ୍କ ବେକରୁ ସୁନା ହାର ଛିଣ୍ଡାଇ ଗାଡି ଷ୍ଟାଟ କରି ଫେରାର ହୋଇଯାଇଥିଲେ ।

ବାରମ୍ବାର ଏହି ଚୋରୀ ଡକାୟତି ଲାଗିରହିଛି । ନିକଟରେ ଯୋରନ୍ଦା ଫାଣ୍ଡି ଅଛି କିନ୍ତୁ ସେଠାରେ ଆବଶ୍ୟକ ଅନୁସାରେ ଷ୍ଟାଫ ନାହାନ୍ତି । ୯ ଜଣ କନେଷ୍ଟବଳ ବଦଳରେ ୫ ଜଣ ଅଛନ୍ତି ବୋଲି ଜନସାଧାରଣରେ ଚର୍ଚ୍ଚା ।

ସେହିପରି ସବ ଇନ୍ସପେକ୍ଟର ଦୁଇ ଜଣ ବଦଳରେ ଜଣେ ଅଛନ୍ତି, ଜଣେ କନେଷ୍ଟବଳ ଙ୍କର ବଦଳି ହେଇଥିଲେ ମଧ୍ୟ ଲୋଭ ଛାଡ଼ୁନାହିଁ । ମହିମାଗାଦି ଛାଡିବାକୁ ଆଞ୍ଚଳିକ ଲୋକ କହିବା ଅନୁଯାୟୀ ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଉ ନାହିଁ । ଏଭଳି କେତେଦିନ ଏମିତି ଚାଲିବ ବୋଲି ସ୍ଥାନୀୟ ଲୋକଙ୍କ ଭିତରେ ଚର୍ଚ୍ଚା ହେଉଛି ।

new life
You might also like
error: Content is protected !!