News
lipub
samparksetu

ବରିଷ୍ଠ ନାଗରିକ ଗୃହରେ ରଜ ମହୋତ୍ସବ ପ୍ରସ୍ତୁତି ବୈଠକ

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଦୟାନନ୍ଦ ସର୍ଭିସ୍ ମିସନ୍ ପରିଚାଳିତ ବରିଷ୍ଠ ନାଗରିକ ଗୃହରେ ଆଜି ରଜମହୋତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଯୋରନ୍ଦା ସରପଞ୍ଚ ଆରତୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୧ନଂ ଜିଲ୍ଲା ପରିଷଦ ସଭ୍ୟ ବିଶ୍ୱନାଥ ଚିନ୍ନରା,ସମିତି ସଭ୍ୟ ପ୍ରତ୍ୟୁଷ ହରି ପ୍ରଧାନ, ସାମ୍ବାଦିକ ଆନନ୍ଦ ଚନ୍ଦ୍ର ମହାନ୍ତି,ସମାଜସେବୀ ପ୍ରକାଶ ନାୟକ,ଓ୍ୱ।ର୍ଡ ସଭ୍ୟ ତ୍ରିଲୋଚନ ପ୍ରଧାନ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଆସନ୍ତା କାଲି ଦୟାନନ୍ଦ ସର୍ଭିସ୍ ମିସନ୍ ଗୋବିନ୍ଦପୁର କାର୍ଯ୍ୟାଳୟ ଠାରେ ରଜ ମହୋତ୍ସବ ପାଳନ ହେବ । ସେଥିପାଇଁ ଆଜି ବୈଠକରେ ଆଲୋଚନା ହୋଇଥିଲା । ଏହି ଅବସରରେ ସମସ୍ତ ଅନ୍ତେବାସୀଙ୍କୁ ନୂତନ ବସ୍ତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଅତିଥି ମାନେ ବରିଷ୍ଠ ନାଗରିକ ଗ୍ରୃହରେ ଥିବା ଅନ୍ତେବାସୀ ମାନଙ୍କ ସହିତ ଭାବର ଆଦାନପ୍ରଦାନ କରିବା ସହିତ ସେମାନଙ୍କୁ ମିଳୁଥିବା ସୁବିଧା ସୁଯୋଗ ସଂମ୍ପର୍କରେ ପଚାରି ବୁଝିଥିଲେ ।

ବରିଷ୍ଠ ନାଗରିକ ଗ୍ରୃହର ପରିଚାଳକ ବିଜୟ କୁମାର ପ୍ରଧାନ, ରାଜେଶ ପରିଡ଼ା,ରଶ୍ମିତା ନାଥ,ସଞ୍ଜୁକ୍ତା ନାଥ,ମାତାଜୀ ପୃଷ୍ଠି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଦୟାନନ୍ଦ ସର୍ଭିସ୍ ମିସନ୍ ସମ୍ପାଦକ ପ୍ରଦୀପ କୁମାର ସାହୁ ଙ୍କ ପରାମର୍ଶ କ୍ରମେ ଆଜି ୩୨ଜଣ ଅନ୍ତେବାସୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଡାକ୍ତର କୃଷ୍ଣବହ୍ଲଭ ଶତପଥୀ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ।

new life
You might also like
error: Content is protected !!