News
lipub
samparksetu

ଭାରତୀୟ ସୌନିକଙ୍କୁ ସମ୍ମାନ ଉଦେଶ୍ୟରେ ସାଇକେଲ ଯୋଗେ ଭାରତ ଯାତ୍ରା

ଭାରତୀୟ ସୌନିକଙ୍କୁ ସମ୍ମନ ଉଦେଶ୍ୟରେ ଯୁବକଙ୍କ ସାଇକେଲ ଯୋଗେ ଭାରତ ଭ୍ରମଣ ଯାତ୍ରା। ଆସାମ ରାଜ୍ୟ ଧେମାଜି ଜିଲ୍ଲାର ଜଙ୍ଗା ବାହାଦୁର ଛେତ୍ରି ଗତ ନଭେମ୍ବର ମାସ ୨୧ ତାରିଖରୁ ଅରୁଣାଚଳପ୍ରଦେଶ ର ସୀମାରୁ ଯାତ୍ରା ଆରମ୍ଭ କରିଥିଲେ।

ଆଜିକୁ ୨୪ ଦିନ ମଧ୍ୟରେ ସେ ୭ ଟି ରାଜ୍ୟ ପାରିକ୍ରମା କରି ଓଡିଶାର ଢେଙ୍କାନାଳ ଜିଲ୍ଲାରେ ପହଞ୍ଚିଛନ୍ତି। ପ୍ରତ୍ୟେକ ଦିନ ୧୫୦ ରୁ ୧୭୦ କିମି ଅତିକ୍ରମ କରୁଛନ୍ତି। ତାଙ୍କର ମୁଖ୍ୟ ଉଦେଶ୍ୟ ହେଲା ଭାରତୀୟ ସେନା ଯେଉଁଭଳି ଦେଶକୁ ସୁରକ୍ଷା ଦେଉଛନ୍ତି ଏବଂ ତାଙ୍କ ଯୋଗୁ ଆମେ ଘରେ ଶାନ୍ତିର ଶୋଇପାରୁଛେ କାନ୍ତୁ ସୈନ୍ୟମାନେ ନିଜ ପରିବାରକୁ ଛାଡି ସିମାରେ ଆମ ସୁରକ୍ଷା ଦେଇ ଯଗିରହୁଛି ।

ସୈନ୍ୟମାନଙ୍କୁ ଉତ୍ସାହ ବଢାଇବା ଓ ଯେଉଁମାନେ ଦେଶପାଇଁ ସହିଦ ହୋଇଛନ୍ତି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଉଦେଶ୍ୟ ବାର୍ତା ନେଇ ସାରା ଭାରତ ସଇକେଲ ଭ୍ରମଣକରି ବାର୍ତା ବାଣ୍ଟୁଛନ୍ତି।

ଏହି ଯାତ୍ରା ତାଙ୍କୁ ସାଢେ ୪ ମାସ ରେ ପୂଣ୍ଣକରିବେ ବୋଲି ଆସା ରଖିଛନ୍ତି। ଏହି ଅବସରରେ କାମାକ୍ଷାନଗର ଦେଇ ଯାତ୍ରା ସମୟରେ କାମାକ୍ଷାନଗର ସାମ୍ବାଦିକ ସଂଙ୍ଘ ତରଫରୁ ଶ୍ରୀ ଛେତ୍ରିଙ୍କ ସ୍ବାଗତ କରିବା ସହ ଭବ୍ୟ ସମ୍ବଦ୍ଧନା କରିଥିଲେ। ଏଥିରେ ସଂଙ୍ଘର ସଭାପତି, ସମ୍ପାଦକ ଓ ସମସ୍ତ ସଭ୍ୟ ଉପସ୍ଥିତ ଥିଲେ।

new life
You might also like
error: Content is protected !!