News
lipub
samparksetu

ଓ୍ଵାର୍ଡ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଘାଟିତ

ଆଜି ସକାଳ ୧୧ ଘଟିକା ସମୟରେ ଓ୍ଵାର୍ଡ ନମ୍ଵର ୧୪ ,ପୁରୁଣା ରେକୁଳା ଗାଁ ପଡିଆଠାରେ ,ଓଡ଼ିଶାରେ ଦିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଳିଷ୍ଠ ନେତୃତ୍ବରେ ଆୟୋଜିତ ହକି ବିଶ୍ଵ କପ୍ କୁ ନେଇ କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ଓ୍ଵାର୍ଡ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ସମାରୋହରେ ମୂଖ୍ୟ ଅତିଥି ଭାବରେ ନଗରପାଳ ଧର୍ମାନନ୍ଦ ପରିଡା ଯୋଗ ଦେଇଥିଲେ ।

ଅନୁଷ୍ଠାନିକ ଭାଵେ ଫିତା କାଟି ଶୁଭ ଉଦଘାଟନ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଏଵଂ ମନ୍ତ୍ରୀ ପ୍ରଫୁଲ୍ଲ ବାବୁଙ୍କୁ କୃତଜ୍ଞତା ଜଣାଇ ଉପସ୍ଥିତ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ ।ଏତତ୍‌ଵ୍ୟତିତ ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଉପ-ନଗରପାଳ ସକୁନ୍ତଳା ସେଠୀ ଏବଂ ଅତିଥି ଭାବେ ସ୍ଥାନୀୟ କାଉନସିଲର ଶ୍ରୀମତୀ ଖୁଲଣା ଵେହେରା ଶୁଭ ନଡ଼ିଆ ଫଟାଇ ଉଦ୍ଘାଟନି ସମାରୋହକୁ ଶୋଭା ବର୍ଦ୍ଧନ ପୂର୍ବକ ଉର୍ଜ୍ଵାଵାନ୍ ଖେଳାଳୀ ମାନଙ୍କ ଭିତରେ ଉତ୍ସାହ ଭରିଥିଲେ ।

ଏହା ସହିତ ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ ଉପ-ସଭାପତି ତଥା ବରିଷ୍ଠ କ୍ରୀଡଵିତ୍ ଆଦିତ୍ୟ କୁମାର ଆଚାର୍ଯ୍ୟଙ୍କ ସହ ଅତିଥି ଭାଵରେ ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ କାଉନସିଲର ସଦସ୍ୟ ସଦ୍ୟସ୍ୟା ବୃନ୍ଦ ଏବଂ ରେକୁଳା ଗ୍ରାମର ମାନ୍ୟଗଣ୍ୟ ବରିଷ୍ଠ ବ୍ୟକ୍ତି ରବିନାରାୟଣ ବେହେରା , ନିରଞ୍ଜନ ବେହେରା, ଅଶ୍ଵିନୀ କୁମାର ବେହେରା ପ୍ରମୁଖ ଆଜ୍ଞା ମାନେ ମଧ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହିତ କାର୍ଯ୍ୟକ୍ରମକୁ ଶୋଭା ଵର୍ଦ୍ଧନ କରିଥିଲେ ।

ଉକ୍ତ ଓ୍ଵାର୍ଡ ସ୍ତରୀୟ ପ୍ରତିଯୋଗିତା ସମାରୋହକୁ ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ମଚାରୀ ବୃନ୍ଦ ଗୋଷ୍ଠୀ ସଂଗଠିକା ସସ୍ମିତା ନାୟକ , କମ୍ପ୍ୟୁଟର ପରାଚାଳକ ଅଭିଷେକ ଆଚାର୍ଯ୍ୟ,ଟିକସ ଆଦାୟକାରୀ ସସ୍ମିତା ନାଥ , ସଲେନ୍ଦୁ ବାରିକ, ରାକେଶ ଷେଣ୍ଢ, ସତିଶ୍ କୁମାର ରାଉତ ଙ୍କ ସମେତ ଦାୟିତ୍ଵପ୍ରାପ୍ତ ଅଞ୍ଚଳର ସୁପରିଚିତ ଯୁବ କ୍ରୀଡାଵିତ୍ ସମ୍ବିତ ସୂର୍ଯ୍ୟ ସାହୁ ଏଵଂ ଯଜ୍ଞେଶ୍ଵର ନାୟକ ଅତି ସୁନ୍ଦର ଢଙ୍ଗରେ ପରିଚାଳନା କରିଥିଲେ ତତ୍‌ସହ କ୍ରୀଡାର ଦ୍ରୁତ ପ୍ରଚାର ପ୍ରସାର ପାଇଁ ସ୍ଥାନୀୟ ସମ୍ଵାଦିକ ଗଣ ମଧ୍ୟ ଉପସ୍ଥିତ ଥିଲେ ।

new life
You might also like
error: Content is protected !!