News
lipub
samparksetu

ରଘୁନାଥଜୀୟୁ ସଂଗିତ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

କାମାକ୍ଷାନଗର ରଘୁନାଥଜୀୟୁ ସଂଗିତ ବିଦ୍ୟାଳୟର ବାର୍ଷିକ ଉତ୍ସବ ସାରଙ୍ଗଧର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି।ଗୋବର୍ଧନ ବାରିକଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଖଣି,ଇଷ୍ପାତ ଓ ପୂର୍ତ୍ତ ବିଭାଗର ମନ୍ତ୍ରି ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗ ଦେଇଥିବା ବେଳେ ସମାନିତ ଅତିଥି ଭାବେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ,କାମାକ୍ଷାନଗର ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷ ମେଜର ପ୍ରଭାତ କୁମାର ଦାସ,ସଂଯୋଜକ ସନ୍ତୋଷ ପ୍ରସାଦ ଦାସ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ତରଫରୁ ନାଚ,ଗିତ,ଓଡିଶୀ, ପ୍ରଦର୍ଶନ କରାଯାଇଥିଲା।କୁନିକୁନି ପିଲା ମାନଙ୍କ ତରଫରୁ ତାବଲା,ହାରମିନିୟମ ପରିବେଷଣ କରାଯାଇଥିଲା।

new life
You might also like
error: Content is protected !!