News
lipub
samparksetu

କାମାକ୍ଷାନଗର ସହର ମଧ୍ଯ ରେ ୧୧ ଟିକିଆ ହାତୀ ପଲ

ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହର ମଧ୍ୟ ରେ ଆଜି ସକାଳୁ ୧୧ ଟିକିଆ ହାତୀ ପଲ ଦେଖିବାକୁ ମିଳିଥିଲା।ସୂଚନା ଅନୁସାରେ ଆଜି ସକାଳୁ କାମାକ୍ଷାନଗର ଇନ୍ଦିପୁର ରାସ୍ତା ରେ ୧୧ ଟିକିଆ ହାତୀ ପଲ ବିଲ ରୁ ଧାନ ଖାଉଥିବାର ଦେଖିବାକୁ ମିଳିଥିଲା।

ସ୍ଥାନୀୟ ଲୋକମାନେ ବନ ବିଭାଗ କୁ ଖବର ଦେବାରୁ ବନବିଭାଗ ଆସି ହାତୀ ଘଉଡାଇବାକୁ ଚେଷ୍ଟା କରିଥିଲେ। ପ୍ରାୟ ୩ ଘଣ୍ଟା ଧରି ସହର ଉପଖଣ୍ଡ ରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲେ। ପରେ ଅବକାରୀ ବିଭାଗ ଅଫିସ ପଛପଟେ ବହୁତ୍ ସମୟ ଧରି ବିଲ ରେ ଧାନ ଫସଲ କୁ ନଷ୍ଟ କରିଥିଲେ।

ବନବିଭାଗ ଦ୍ୱାରା ହାତୀ ଘୋଉଡ଼ାଇବା ପ୍ରୟାସ ଜାରି ରହିଛି। ପଡୋଶୀ କେନ୍ଦୁଝର ଜିଲ୍ଲା ରୁ ହାତୀ ପଲ ଆସିଥିବାର ଅନୁମାନ କରାଯାଉଛି। ହାତୀ ଙ୍କ ତାଣ୍ଡବ ଯୋଗୁ ଚିନ୍ତାରେ କାମାକ୍ଷାନଗର ବାସୀ ।

new life
You might also like
error: Content is protected !!