News
lipub
samparksetu

ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରେ ଜାତୀୟ ଗଣିତ ଦିବସ ପାଳିତ

କାମାକ୍ଷାନଗର ବ୍ଲକ କାନପୁରା ସ୍ଥିତ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ ଙ୍କ ତତ୍ୱାବଧାନରେ ତଥା ବରିଷ୍ଠ ଶିକ୍ଷୟିତ୍ରୀ କବିତା ରାଉତ ଙ୍କ ସଭାପତିତ୍ୱ ରେ ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି । କାମାକ୍ଷାନଗର ମାହାବିଦ୍ୟାଳୟ ର ବରିଷ୍ଠ ପଦାର୍ଥବିଜ୍ଞାନ ଅଧ୍ୟାପକ ବିଶ୍ୱନାଥ ଦାସ ମୁଖ୍ୟଅତିଥି ରୂପେ ଯୋଗଦେଇ ଶ୍ରୀନିବାସ ରାମାନୁଜନ ଙ୍କ ଗଣିତ ଜଗତ କୁ ଅବଦାନ ଉପରେ ଆଲୋଚନା କରିଥିଲେ ।

ଗଣିତ ପଢ଼ା କିପରି ସହଜ , ବୋଧଗମ୍ୟ ହେବ ଓ ପିଲାମାନଙ୍କ ର ଗଣିତ ପଢ଼ା ପ୍ରତି ଆଗ୍ରହ ସୃଷ୍ଟି ହୋଇ ପାରିବ ତାହାର ସରଳ ସୁତ୍ର ମୁଖ୍ୟଅତିଥି ପ୍ରଦାନ କରିଥିଲେ। ବିଜ୍ଞାନ ଶିକ୍ଷକ ନିରଞ୍ଜନ ସାହୁ ସ୍ୱଗାତ ଭାଷଣ , ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ବିଜ୍ଞାନ ଶିକ୍ଷକ ଚନ୍ଦ୍ରମଣି ଲେଙ୍କା ଗଣିତ ବିଭାଗ ର ବିବରଣୀ ପ୍ରଦାନ କରିବା ସହ ବିଦ୍ୟାଳୟ ରେ ଥିବା ଗଣିତ ପ୍ରୟୋଗ ଶାଳା ର ବ୍ୟବହାରିକତା ଉପରେ ଆଲୋକପାତ କରିଥିଲେ । ଦଶମ ଶ୍ରେଣୀ ର ଛାତ୍ରୀ ଅନସୂୟା ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଶିକ୍ଷକ , ବସନ୍ତ କୁମାର ସାହୁ , ଚିତ୍ତରଞ୍ଜନ ବିଶ୍ୱାଳ , ଆକାଶ ରାଉତ , ଶିକ୍ଷୟିତ୍ରୀ ସୁମିତ୍ରା ଜେନା , ଜ୍ୟୋତିର୍ମୟୀ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶିକ୍ଷକ ସମରେନ୍ଦ୍ର ନାୟକ , ପ୍ରହଲ୍ଲାଦ ସାହୁ , ନିର୍ମଳ କୁମାରମହାନ୍ତି ,ରୁଦ୍ରନାରାୟଣ ପରିଡା , ବାନାର୍ଜୀ ମହାନ୍ତି , ସୌଭାଗ୍ୟ ସାହୁ , ଶିକ୍ଷୟିତ୍ରୀ ପ୍ରଭାତୀ ସାହୁ , ଗୀତା ମହାପାତ୍ର , ମନଶ୍ୱିନୀ ଶତପଥି ,ରୋଜାଲିନ ପତି , ଜୟସ୍ମିତା ରାଉତ ଶିକ୍ଷା କର୍ମଚାରୀ ଗିରିଶ ମହାନ୍ତି , ରବି ନାରାୟଣ ରାଉତ , ଶାନ୍ତନୁ ରାଉତ ପ୍ରମୂଖ ଉପସ୍ଥିତ ଥିଲେ ।

new life
You might also like
error: Content is protected !!