News
lipub
samparksetu

ଗ୍ରାମ ଜମି ବିବାଦକୁ ନେଇ ଗ୍ରାମର ୪ଜଣକୁ ଥାନାରେ ଅଟକ ; ,ପ୍ରତିବାଦରେ ଗ୍ରାମବାସୀଙ୍କ ଥାନା ଘେରାଉ ,ଉପଜିଲ୍ଲାପାଳଙ୍କ ପ୍ରତିଶୃତି ପରେ ହଟିଲେ ଲୋକେ

କାମାକ୍ଷାନଗର ଥାନା ବାଇସିଙ୍ଗା ଗ୍ରାମ ଯାତ୍ରା ପଡିଆ ଜବରଦଖଲକୁ ନେଇ ବିବାଦ ଓ ଥାନାରେ ମାମଲା ରୁଜୁ। ଏହାକୁ ନେଇ ଗ୍ରାମର ୪ଜଣକୁ ଥାନାରେ ଅଟକ ରଖିଛି ପୋଲିସ। ତାର ପ୍ରତିବାଦରେ ଗ୍ରାମର ଶତାଧିକ ପୁରଷ ଓ ମହିଳା ତରଫରୁ ରବିବାର ଦିନ ଥାନା ଘେରାଉ କରିଥିଲେ।

ସୁଚନା ଅନୁସାରେ ଗ୍ରାମର ରାଧାକୂୃଷ୍ଣ ଯାତ୍ରା ପଡିଆ ରହିଛି। ଏହି ଯାତ୍ରା ପଡିଆକୁ ଗ୍ରାମର ସୁବାସ ନାଏକ ଚଞ୍ଚକତା କରି ସୁରେନ୍ଦ୍ର ବେହେରାକୁ ବିକ୍ରି କରିଦେଇଛନ୍ତି।ତେବେ ଏହି ଜାଗା ଉପରେ ସୁରେନ୍ଦ୍ର ଘର କରୁଥିବା ବେଳେ ଗ୍ରାମବାସି ଏହାକୁ ବିରୋଧ କରିବା ସହ ଅର୍ଧନିର୍ମିତ ହେଉଥିବା ଘରକୁ ଭାଙ୍ଗି ଦେଇଥିଲେ।ତେବେ ଏହାକୁ ନେଇ ଥାନାରେ ମାମଲା ରୁଜୁ ହୋଇଥିଲା। ଏତେଲାକୁ ଆଧାର କରି ପୋଲିସ ଘଟଣାରେ ସଂପୃକ୍ତ ଥିବା ସନ୍ଦେହରେ ୪ଜଣଙ୍କୁ ଆଣି ଥାନାରେ ଅଟକ ରଖିଛି।

ଏହାକୁ ଗ୍ରାମବାସୀ ତରଫରୁ ତିବ୍ର ବିରୋଧ କରାଯାଇଛି।ରବିବାର ରାତି ୯ ଟାରୁ ୧୧ ଟା ପର୍ଯ୍ୟନ୍ତ ଥାନା ସମ୍ମୁଖରେ ଘେରି ବସିଥିଲେ। ଅଟକ ରଖିଥିବା ଗ୍ରାମବାସୀଙ୍କୁ ତୁରନ୍ତ ଛାଡାଯିବା ଦାବିରେ ଶତାଧିକ ପୁରୁଷ ଓ ମହିଳା ଅଡିବସିଥିଲେ। ଉପଜିଲ୍ଲାପାଳ ପହଞ୍ଚି ଗ୍ରାମର ୪ ବ୍ୟକ୍ତିଙ୍କୁ ସର୍ତମୁଳକ ଭାବେ ଛାଡିବା ପରେ ପରିସ୍ଥିତି ଶାନ୍ତ ପଡିଥାଲା।

new life
You might also like
error: Content is protected !!