News
lipub
samparksetu

କାମାକ୍ଷାନଗର ମହୋତ୍ସବ ଉଦଯାପିତ

କାମାକ୍ଷାନଗର ମହୋତ୍ସବ ଆଜି ଉଦଯାପିତ ହୋଇଛି। ଏହି ମହୋତ୍ସବ ରେ ଆଜି ଦିନ ରେ କାମାକ୍ଷାନଗର ଏନ୍ ଏ ସି ଏବଂ ଭୁବନ ଏନ୍ ଏ ସି ମଧ୍ୟ ରେ କ୍ରିକେଟ୍ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏହି ଫାଇନାଲ ମ୍ୟାଚ୍ ରେ ଭୁବନ ଏନ୍ ଏ ସି କାମାକ୍ଷାନଗର ଏନ୍ ଏ ସି କୁ ହରାଇ ଚମ୍ପିୟାନ ହୋଇଥିଲା। ପରେ ସଂଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ର ବିଭିନ୍ନ ଜିଲ୍ଲା ରୁ ଆସିଥିବା ଛୋଟ ଛୋଟ କଳାକାର ଏବଂ ଜିଲ୍ଲା ର ପାରମ୍ପରିକ ନୃତ୍ୟ ପ୍ରଦର୍ଶନ କରିଥିଲେ। କଙ୍କଡ଼ାହାଡ଼ ରୁ ଆସିଥିବା କଳାକାର ମାନଙ୍କର ଆଦିବାସୀ ନୃତ୍ୟ ଅତ୍ୟନ୍ତ ଉଚ୍ଚକୋଟୀର ହୋଇଥିଲା। ପରେ ଉତ୍ସବର ସଭାପତି ତଥା ଉପ ଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏକ ବିଶେଷ ସଭା ଅନୁଷ୍ଠିତ ହୋଇଥିଲା।

ଏହି ସଭା ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ କୁମାର ଅମାତ ଯୋଗ ଦେଇଥିଲେ । ଆଜି ପଲିଶ୍ରୀ ମେଳାରେ ଦର୍ଶକ ଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ।

new life
You might also like
error: Content is protected !!