News
lipub
samparksetu

କେଶବ ବଜରଙ୍ଗୀ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ସହ ବିଗ୍ରହ ଙ୍କ ସିଂହାସନ ବିଜେ ଉତ୍ସବ

ଢେଙ୍କାନାଳ ଜିଲ୍ଲା କମଳାଙ୍ଗ ଗ୍ରାମର ଶ୍ରୀ ଶ୍ରୀ କେଶବ ବଜରଙ୍ଗୀ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ସହ ବଜରଙ୍ଗୀ ଙ୍କ ସିଂହସନ ବିଜେ ଉତ୍ସବ ଗତ ତିନି ଦିନ ଧରି ଅନୁଷ୍ଠିତ ହୋଇଛି। ବୁଧବାର ସକାଳ ୯ ଟା ବେଳେ ଗ୍ରାମର ଶହେ ଜଣ ମହିଳା ବ୍ରହ୍ମଣୀ ନଦୀରୁ ୧୦୮ ପୂର୍ଣ୍ଣ କଳସ ଏକ ଶୋଭାଯାତ୍ରା ରେ ଆସି ନୂତନ ମନ୍ଦିର ରେ କଳସ ପ୍ରତିଷ୍ଠା ଅନୁଷ୍ଟିତ ହୋଇଥିଲା ।

ଗୁରୁବାର ସକାଳୁ ସୂର୍ଯ୍ୟ ପୂଜା, ଗୋ ପୂଜା କରାଯାଇ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା ଗୁରୁବାର ସକାଳ ସୂର୍ଯ୍ୟ ପୂଜା ସହ ମନ୍ଦିର ଶୁଦ୍ଧି କରଣ ଓ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇ ଠାକୁର ସିଂହାସନ ବିଜେ କରିଥିଲେ । ପୁରି ର ନୈଷ୍ଠିକ ବ୍ରାହ୍ମଣ ମାନଙ୍କ ଦ୍ଵାରା ଠାକୁରଙ୍କ ପ୍ରାଣ ପ୍ରତିଷ୍ଠା ସହ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳନ କରାଯାଇଥିଲା, କମଳାଙ୍କ ଗ୍ରାମ ବାସୀଙ୍କ ପ୍ରତ୍ୟେକ ସହଯୋଗରେ ଏହି ଉତ୍ସବ ପାଳନ କରାଯାଇଥିଲା। ସେହିଭଳି ଗ୍ରାମର ମା ବାସନ୍ତୀ ଦୁର୍ଗା ଦେବୀଙ୍କ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଥିଲା ଜୈବର୍ତ୍ତୀ ସମାଜର ସମସ୍ତ ସଭ୍ୟ ଉସ୍ତବରେ ଯୋଗଦାନ କରିଥିଲେ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

new life
You might also like
error: Content is protected !!