News
lipub
samparksetu

ରାଗ ରଖି ରାତି ଅଧିଆ ପୋଡ଼ିଦେଲେ ଅଟୋ !

କଙ୍କଡାହାଡ଼ ଥାନା କରଗୋଳା ପଞ୍ଚାୟତ କରଗୋଳା ପଧାନ ସାହିରେ ଗତକାଲି ବିଳମ୍ବିତ ରାତିରେ ସୁମନ୍ତ ପଧାନ ଙ୍କ ଅଭିଯୋଗ ଅନୁଯାୟୀ , ସଞ୍ଜୟ ପଲେଇ ଓ କାଳିଆ ପଲେଇ ଦୁଇ ଜଣ ତାଙ୍କ ଠାରୁ ୬ ମାସ ପୂର୍ବରୁ ୧୫ ହଜାର ଟଙ୍କା ଧାର ନେଇଥିଲେ। ପରେ ଟଙ୍କା ମାଗିବାରୁ ସେମାନେ ବିଭିନ୍ନ ପ୍ରକାର ଆଳ ଦେଖାଇ ଠକୁଥିଲେ ।କିଛି ଦିନ ପୂର୍ବରୁ ସେମାନେ ସୁମନ୍ତ ଙ୍କ ଉପରେ ରାଗ ରଖି ତାଙ୍କ ବାଇକ କୁ ଭଙ୍ଗା ରୁଜା କରିବା ସହ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ ।

ଏ ସମ୍ପର୍କରେ ୩/୧୨/୨୦୨୨ ରେ ଥାନାରେ ଅଭିଯୋଗ କରିଥିଲେ ସୁମନ୍ତ ।ଥାନାରେ ଅଭିଯୋଗ କରିବାରୁ ତାଙ୍କୁ ଧମକ ଦେଇଥିଲେ ।ଗତକାଲି ରାତି ଅନୁମାନିକ ସମୟ ୧୨ ଟା ସେମାନେ ଅଟୋ ପୋଡି ଦେଇଛନ୍ତି ବୋଲି ଥାନାରେ ଏତେଲା ଦେଇଛନ୍ତି ସୁମନ୍ତ ପଧାନ ।

ଏ ସମ୍ପର୍କରେ କଙ୍କଡାହାଡ଼ ଥାନା ଅଧିକାରିଣୀ ନିର୍ମଳା ଗୋଛାୟତଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଛନ୍ତି ଅଟୋ ପୋଡିବା ଅଭିଯୋଗ ଆସିଛି ,ଅଭିଯୋଗ ପାଇଁ ଘଟଣା ସ୍ଥଳକୁ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ଅତି ଶୀଘ୍ର ଅଭିଯୁକ୍ତ କୁ ଧରାଯିବ ବୋଲି ସୂଚନା ଦେଇଛନ୍ତି ।

new life
You might also like
error: Content is protected !!