News
lipub
samparksetu

ଲକ୍ଷ୍ମୀପୂଜା ଭସାଣି ରେ ଗଣ୍ଡଗୋଳ, ଥାନାରେ ଅଭିଯୋଗ

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କଂଟାନାଳୀ ଗ୍ରାମରେ ଗଜଲକ୍ଷ୍ମୀ ଭସାଣ ଉତ୍ସବରେ ଗଣ୍ଡଗୋଳ ଏବଂ ମହିଳାଙ୍କୁ ମରନ୍ତାକ ଆକ୍ରମଣ ନେଇ ଥାନାରେ ଅଭିଯୋଗ ହୋଇଛି ।କଂଟାନାଳୀ ଗ୍ରାମର ଗନ୍ଧର୍ବ ଦେହୁରୀଙ୍କ ପତ୍ନୀ ତୁଳସୀ ଦେହୁରୀଙ୍କ ଅଭିଯୋଗ ଅନୁସାରେ ଭସାଣ ଉତ୍ସବରେ ତାଙ୍କ ସ୍ୱାମୀ ବନମାଳୀ ପ୍ରସାଦ ଥରେ ଭସାଣି ଦେଖୁଥିଲେ , ସେଠାରେ କେତେକ ବ୍ୟକ୍ତି ଲୁହା ଛଡ଼ ଏବଂ ଠେଙ୍ଗା ଦ୍ୱାରା ମେଢ଼କୁ ଆକ୍ରମଣ କରିଥିଲେ ।ଗନ୍ଧର୍ବ ଙ୍କ ମୁଣ୍ଡକୁ କେତେକ ଯୁବକ ଲହା ଛଡ଼ରେ ଆକ୍ରମଣ କରିଥିବାର ସେ ଅଭିଯୋଗ କରିଛନ୍ତି ।

ଫଳରେ ତାଙ୍କ ମୁଣ୍ଡ ଫାଟି ଯାଇଛି । ଏହାକୁ ଵିରୋଧ କରିବାରୁ ତୁଳସୀ ଙ୍କ ଉପରେ ମଧ୍ୟ ପଥର ମାଡ଼ ହୋଇଥିଲା ।ଏହାକୁ ପ୍ରତିବାଦ କରି ଗ୍ରାମର କିଛି ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

new life
You might also like
error: Content is protected !!