News
lipub
samparksetu

କେନ୍ଦ୍ରୀୟ ବିଦ୍ୟାଳୟ ସମସ୍ୟା ସମାଧାନ ହେଲାନାହିଁ,ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଅଭିଭାବକଙ୍କ ନିବେଦନ

ଢେଙ୍କାନାଳ ସହର ନିକଟସ୍ଥ ବନମାଳିପ୍ରସାଦ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ଏକାଦଶ ଶ୍ରେଣୀରେ ଶିକ୍ଷାଲାଭ କରୁଥିବା ୫୧ଜଣ ଛାତ୍ରଛାତ୍ରୀ ଫେଲ ହୋଇଥିବା ବେଳେ ସେମାନେ ଧାରଣାରେ ବସିଥିଲେ ।

ଧାରଣାର ଚାରିଦିନ ପରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ବେଳେ ଅଭିଭାବକ ମାନେ ସମସ୍ୟାର ସମାଧାନ କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । କେନ୍ଦ୍ରୀୟ ବିଦ୍ୟାଳୟରେ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ମନମୂଖୀ କାର୍ଯ୍ୟ ଯୋଗୁ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ଫେଲ ହୋଇଥିବାର ଅଭିଯୋଗ କରିଛନ୍ତି ।

ଚଳିତ ବର୍ଷ ୯୭ଜଣ ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ ୫୧ଜଣଙ୍କୁ ଫେଲ କରିଦିଆଯାଇଛି ।ଏକାଦଶ ଶ୍ରେଣୀରେ ମୋଟ ୯୭ଜଣ ଛାତ୍ରଛାତ୍ରୀ ଶିକ୍ଷାଲାଭ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ୫୧ଜଣଙ୍କୁ ବାର୍ଷିକ ପରୀକ୍ଷାରେ ଫେଲ କରିଦିଆ ଯାଇଥିବାର ଛାତ୍ରଛାତ୍ରୀ ଏବଂଅଭିଭାବକ ମାନେ ଅଭିଯୋଗ କରିଛନ୍ତି ।

ବିଦ୍ୟାଳୟରେ ସ୍ଥାୟୀ ଶିକ୍ଷକ ନଥିବ। ବେଳେ ତରବରିଆ ଭାବରେକୋର୍ସ ଶେଷ କରିଦିଆ ଯାଇଥିଲା । ଫଳରେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେବା ସହିତ ସମସ୍ତ ୫୧ଜଣ ଫେଲ ପିଲାଙ୍କୁ ପାସ କରେି ଦବାକୁ ଅଭିଭାବକ ଏବଂ ଛାତ୍ରଛାତ୍ରୀ ମାନେ ଧାରଣାରେ ବସିଥିଲେ ।ଧାରଣାର ୪ ଦନି ପରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବା ବେଳେ ଅଭିଭାବକମାନେ ସମସ୍ୟାର ସମାଧାନ ସହତି ୫୧ ଜଣ ଛାତ୍ରଛାତ୍ରୀ ମାନଙ୍କୁ ପାସ କରିବାକୁ ନିବେଦନ କରିଛନ୍ତି ।

new life
You might also like
error: Content is protected !!