News
lipub
samparksetu

ଟାଟା ମ୍ୟାଜିକ ଓଲଟି ୪ ଛାତ୍ର ଆହତ

ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଟାଟା ମ୍ୟାଜିକ ଓଲଟି ୪ ଛାତ୍ର ଆହାତ ହୋଇଛନ୍ତି । ପରଜଙ୍ଗ ଥାନା ବସୁଲେଇ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀଙ୍କୁ ସ୍କୁଲରୁ ଘରକୁ ନେଇ ଯାଉଥିବି ଟାଟା ମ୍ୟାଜିକ ଗାଡି କୁଲେଇ ଗ୍ରାମ ପାତ୍ର ସାହି ନିକଟରେ ବିଲ ତଳକୁ ଗାଡିଟି ଖସି ଯାଇଥିଲା। ଫଳରେ ଗାଡିରେ ଥିବା ୧୫ ଜଣ ଛାତ୍ର ଛାତୀଙ୍କ ମଧ୍ୟରୁ ୪ ଜଣ ସାମାନ୍ୟ ଆହାତ ହୋଇଛନ୍ତି।

ସ୍ଥାନିୟ ଲୋକଙ୍କ ସହାୟତାରେ ଛାତ୍ର ଛାତ୍ରୀ ମାନଙ୍କୁ ଉଦ୍ଧ।ର କରି ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଥିବା ର ସୂଚନା ।

new life
You might also like
error: Content is protected !!