News
lipub
samparksetu

କୂର୍ମଦା ରେ ପୋଡିଗଲା ୨ ବଖରା ଘର

ଭୁବନ ବ୍ଲକ ବାଲିବୋ ପଞ୍ଚାୟତ ର କୂର୍ମଦା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ବିଦ୍ୟୁତ ସର୍ଟ ସର୍କିଟ ହେତୁ ନିଆଁ ଲାଗି ଦିଲ୍ଲୀପ ଦେହୁରୀ ଙ୍କର ୨ ବଖରା ଘର ପୋଡ଼ିଯାଇଛି । ଅଗ୍ନିଶମ ବାହିନୀ ର କର୍ମଚାରୀ ପହଂଚି ନିଆଁ କୁ ଆୟତ୍ତ କରିଥିଲେ ।

ବାଲିବୋ ରାଜସ୍ବ ନିରୀକ୍ଷକ ରାଜେନ୍ଦ୍ର ସାହୁ, ସରପଞ୍ଚ ଙ୍କ ପ୍ରତିନିଧି ପ୍ରଭାତ ବେହେରା, ସମିତି ପ୍ରତିନିଧି ଅରବିନ୍ଦ ମହାଳିକ ସେବା ସମବାୟ ସମିତି ସଭାପତି ମଳୟ କୁମାର ତ୍ରିପାଠୀ, ଦିଲ୍ଲୀପ କୁମାର ବେହେରା ଶୁଭକାନ୍ତ ବର୍ଦ୍ଧନ ଅଗ୍ନି ବିପନ୍ନ ଙ୍କ ନିକଟରେ ପହଂଚି ସରକାରୀ ସହାୟତା ପ୍ରଦାନ କରିଥିଲେ ।

new life
You might also like
error: Content is protected !!