News
lipub
samparksetu

ବିଦ୍ୟୁତ ଠିକା ସଂସ୍ଥାର ବେପାରୁଆ ନୀତି: ରାତିରେ ଘଟିଲା ଦୁର୍ଘଟଣା ,ଅଳ୍ପକେ ବର୍ତିଲେ ବାଇକ ଚାଳକ

ସୂଚନା ଅନୁଯାୟୀ ,ବିନା କୌଣସି ସିଗନାଲ ଦେଇ ବିଦ୍ୟୁତ ବିଭାଗର ଠିକା ସଂସ୍ଥା ବିଦ୍ୟୁତ ଖୁଣ୍ଟ ଗୁଡିକ ଶନିବାର ରାତିରେ ନେଉଥିବା ବେଳେ ଢେଙ୍କାନାଳ ସହର ସ୍ଥିତ କୁଞ୍ଜକାନ୍ତ ଅଞ୍ଚଳରେ ଏକ ଦୁର୍ଘଟଣାରେ ଘଟିଛି ।

ସମ୍ପୃକ୍ତ ଠିକା ସଂସ୍ଥାର ବେପାରୁଆ ଗାଡ଼ି ଚାଳନା ହେତୁ ସ୍ଥାନୀୟ ଅଞ୍ଚଳର ଜଣେ ବାଇକ ଚାଳକ ଗୁରୁତ୍ତର ଅବସ୍ଥାରେ ମେଡ଼ିକାଲ ରେ ଭର୍ତ୍ତି ହୋଇ ପରେପରେ କଟକ ରେଫର ହୋଇଥିଲେ । ତେବେ କୌଣସି ସିଗନାଲ ନଦେଇ ରାତିଅଧିଆ ଏତେ ବଡ଼ ପୋଲ୍ କିପରି ଠିକାଦାର ଉଠାଉଥିଲେ ତାହାକୁ ସର୍ବସାଧାରଣ ରେ ନିନ୍ଦା ଦେଖାଦେଇଛି ।

ଅନ୍ୟପକ୍ଷରେ ସମ୍ପୃକ୍ତ ଚାଳକ ବିନା ଲାଇସେନ୍ସ ରେ କିଭଳି ଗାଡି ଚାଳନା କରୁଥିଲେ ଏଭଳି ଠିକାଦାରଙ୍କୁ କିଭଳି ଢେଙ୍କାନାଳ ର ବିଦ୍ୟୁତ ଯନ୍ତ୍ରୀ ସ୍ୱୀକୃତି ପ୍ରଦାନ କରିଛନ୍ତି ଏହା ଯନ୍ତ୍ରୀଙ୍କ ବେପାରୁଆ ମନୋଭାବ ସହ ଭିତିରି ବୁଝାମଣା କୁ ସ୍ପଷ୍ଟ ଦର୍ଶାଉଛି ।

new life
You might also like
error: Content is protected !!