News
lipub
samparksetu

୭୨ ଜଣକୁ ଜମି ଦେବା ନାମରେ ଠକାମୀ ,୧୩ ବର୍ଷ ପରେ ବି ପୋଲିସ ନିରବ ଦ୍ରଷ୍ଟା

ଢେଙ୍କାନାଳ ଜିଲ୍ଲା ରେ ଜମି ଦେବା ନାମରେ ୭୨ ଜଣକୁ ଠକାମୀ କରିଥିବା ବ୍ୟକ୍ତିକୁ ପୋଲିସ ଗିରଫ କରୁନଥିବାର କ୍ଷତିଗ୍ରସ୍ତ ପ୍ରଜାମାନେ ପ୍ରକାଶ କରିଛନ୍ତି । ଗତ ୨୦୦୯ ମସିହାରେ ପ୍ରଭାକର ପଣ୍ଡାଙ୍କ ପୁଅ ରମେଶ ଚନ୍ଦ୍ର ପଣ୍ଡା ୭୨ ଜଣ ହିତାଧିକାରୀ ଜମି କିଣିଥିଲେ । କିନ୍ତୁ ହିତାଧିକାରୀ ମାନଙ୍କୁ ଜମି ପଟ୍ଟା ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ । ପରେ ସେହି ଜମିକୁ ରମେଶ ଅନ୍ୟମାନଙ୍କୁ ବିକ୍ରୀ କରିଦେଇଥିବାର ଜଣାପଡିଥିଲା ।

ଫଳରେ ହିତାଧିକାରୀ ମାନେ ତାଙ୍କର ଟଙ୍କା ମାଗିଥିଲେ । ରମେଶଟଙ୍କା ଫେରାଇଦେବାକୁ କହି ଚେକ ଦେଇଥିଲେ । କିନ୍ତୁ ଚେକ ବାଉନ୍ସ ହୋଇଯାଇଥିଲା । ଏହାକୁ ନେଇ ତାଙ୍କ ନାମରେ ସଦର ଥାନାରେ ଅଭିଯୋଗ କରାଯାଇଥିଲା । ଏବଂ କୋର୍ଟ ମଧ୍ୟ ତାଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସଦର ଥାନା ତରଫରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଏହାକୁ ନେଇ ହିତାଧିକାରୀ ମାନେ ସଦରଥାନା ଠାରେ ଉପସ୍ଥିତ ରହି ଗଣମାଧ୍ୟମ ସମ୍ମୁଖରେ ଘଟଣା ସମ୍ପର୍କରେ ଅବଗତ କରିଥିଲେ ।

new life
You might also like
error: Content is protected !!