News
lipub
samparksetu

ବଜାର ରୁ ସଉଦା ଆଣି ଘରକୁ ଫେରୁଥିଲେ ବ୍ୟବସାୟୀ ,ଦୁର୍ଘଟଣାରେ ଚାଲିଗଲା ଜୀଵନ

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା କଲେଜ ଛକ ବାବନ୍ଧ‌ ରାସ୍ତା କଲେଜ ଫାଟକ ସାମ୍ନାରେ ଏକ ସଡକ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ, ଆଜି ସକାଳୁ ସ୍ଥାନୀୟ ସୋରତ ଗ୍ରାମ ର ଶରତ ଚନ୍ଦ୍ର ବରାଳ ଜୈନିକ ଦୋକାନୀ ନିଜ ଦୋକାନ ପାଇଁ ସ‌ଉଦା ପନିପରିବା ‌ନିକଟସ୍ଥ ହିନ୍ଦୋଳ ରୋଡ ବଜାରରୁ କିଣି ନିଜ ଗାଡିରେ ନିଜ ଗାଁ କୁ ଫେରୁଥିବା ସମୟରେ ବିପରିତ ଦିଗରୁ ଏକ ଚିପ୍ସ‌ ବୋଝେଇ ହାଇୱା ଟ୍ରକ କଲେଜ ମୁଖ୍ୟ ‌ଫାଟକ ସାମ୍ନାରେ ଉକ୍ତ ଗାଡ଼ିକୁ ଧକ୍କା ଦେବା ଫଳରେ ଶରତ ଚନ୍ଦ୍ର ବରାଳ ଙ୍କ ଘଟଣା‌ସ୍ଥଳରେ ମୃତ୍ୟୁ ହୋଇଥିଲା ।

ଦୁର୍ଘଟଣା ଘଟାଇଥିବା ହାଇୱ। ଡ୍ରାଇଭର ଦୁର୍ଘଟଣା ଘଟିବା ପରେ ଭାରସାମ୍ୟ ହରାଇ ଟ୍ରକକୁ ଏକ ଗଛରେ ପିଟି ଦେଇଥିଲା ।ଡ୍ରାଇଭର ମାନଙ୍କର ବେପରୁଆ ଗାଡି ଚାଳନା ଯୋଗୁଁ ବହୁତ ଧନ ଜୀବନ ନଷ୍ଟ ହେଉଥିବା ରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

new life
You might also like
error: Content is protected !!