News
lipub
samparksetu

ଦିନ ମଜୁରିଆ ପୁଅର ଚିକିତ୍ସା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ

ଓଡ଼।ପଡ଼ା ବ୍ଳକ ଅନ୍ତର୍ଗତ ସାରିଆପଡା ଗ୍ରାମର ଦିନମଜୁରିଆ କୁଳମଣି ଖଟୁଆଙ୍କ ପୁତ୍ର ସାଇ ଆଦିତ୍ୟ ଖଟୁଆ ଙ୍କ ଚିକିତ୍ସା ନିମନ୍ତେ ଜିଲ୍ଲାପାଳ ସରୋଜ କୁମାର ସେଠୀ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୫ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି ।

ଜନ୍ମରୁ ଖାଦ୍ୟ ନଳୀ ନଥିବା ପୁଆର ଚିକିତ୍ସା ନିମନ୍ତେ ଆଜି କୁଳମଣି ଜିଲ୍ଲାପାଳଙ୍କୁ ଆର୍ଥିକ ସହାୟତା ନିମନ୍ତେ ଆବେଦନ କରିଥିଲେ ।ଚିକିତ୍ସା ନିମନ୍ତେ ତାଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ର ସ୍ମାର୍ଟ କାର୍ଡ ଯୋଗାଇ ଦିଆଯାଇଛି ।ତାଙ୍କ ଚିକିତ୍ସା ପାଇଁ ଅଧିକ ଅର୍ଥ ଆବଶ୍ୟକ ହେଲେ ତାଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ମଧ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

new life
You might also like
error: Content is protected !!