News
lipub
samparksetu

ଓଡ଼ାପଡ଼ା ରେ ଜିଲ୍ଲା ପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ

ଆଜି ଓଡ଼ାପଡ଼ା ବ୍ଲକ ପରିସର ମଧ୍ୟରେ ଜିଲ୍ଲା ପାଳ ଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ରେ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗ ଦେଇ ଜନ ସାଧାରଣଙ୍କ ଠାରୁ ବିଭିନ୍ନ ସମସ୍ୟା ସମ୍ପର୍କରେ ଲିଖିତ ଅଭିଯୋଗ ଗ୍ରହଣ କରି ସେ ସବୁର ସମାଧାନ କରିବା ପାଇଁ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯେଉଁ ଅଭିଯୋଗ ଗୁଡିକ ପଞ୍ଚାୟତ କିମ୍ବା ବ୍ଲକ ମଧ୍ୟରେ ସମାଧାନ ହେବା କଥା ତାହା ଜିଲ୍ଲା ପାଳ ଙ୍କ ନିକଟରେ ଅଭିଯୋଗ ହେଉଥିବା ରୁ ବିଭାଗୀୟ ଅଧିକାରୀ ଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି ।

ବିଶେଷତ ଆବାସ ଯୋଜନା ରେ ଗରିବ ହିତାଧିକାରୀ ମାନଙ୍କୁ ସାମିଲ କରା ନଯାଇ ସ୍ବଛଳ ବର୍ଗଙ୍କୁ ଆବାସ ଯୋଜନା ରେ ସାମିଲ କରାଯାଉଥିବା ଅଭିଯୋଗ ହେଉଥିବା ଦେଖିବାକୁ ମିଳିଛି । ଏହି ଶିବିର ରେ ମୋଟ ୧୬୫ ଟି ଲିଖିତ ଅଭିଯୋଗ ଜିଲ୍ଲା ପାଳଙ୍କ ନିକଟରେ ହୋଇଥିଲା ।ସେଥି ମଧ୍ୟରୁ ଆବାସ ଯୋଜନା , ବାର୍ଦ୍ଧକ୍ୟ ବିଧବା ଭତ୍ତା ରେସନ କାର୍ଡ ଓ ପାନୀୟ ଜଳ ଯୋଗାଣ ସମସ୍ୟା ସମ୍ପର୍କରେ ଅଭିଯୋଗ ହୋଇଥିବା ଦେଖିବାକୁ ମିଳିଥିଲା ।କୁରୁଣ୍ଟି ସ୍ଥିତ ବି ,ଆର,ଜି, କାରଖାନା କୁ ନେଇ ଥିବା ରିମଝିମ୍ ଇସ୍ପାତ କମ୍ପାନୀ ପୂର୍ବରୁ ବି,ଆର,ଜି, କାରଖାନା କାର୍ଯ୍ୟ କରୁଥିବା ଜମିହରା ଶ୍ରମିକ ମାନଙ୍କୁ ନିଯୁକ୍ତି ନଦେଇ ବାହାର ଶ୍ରମିକ ମାନଙ୍କୁ ନିଯୁକ୍ତି ଦେଉଥିବା ସମ୍ପର୍କରେ ଜିଲ୍ଲା ପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଜିଲ୍ଲା ପାଳଙ୍କ ଜନ ଶୁଣାଣି ଶିବିର ରେ ହୋଇଥିବା ଅଭିଯୋଗ ର ସୁଫଳ କେତେ ପାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

new life
You might also like
error: Content is protected !!