News
lipub
samparksetu

କୂଅରେ ବୁଡ଼ି ଯୁବକ ମୃତ

ପରଜଙ୍ଗ ଥାନା ଲୁଧୋଣୀ ଗ୍ରାମରେ ଜଣେ ଯୁବକ କୂଅରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି । ମୃତକ ଜଣକ ହେଉଛନ୍ତି ଲୁଧୋଣୀ ଗ୍ରାମ ବିଶ୍ୱାଳ ସାହିର କେଶବ ବିଶ୍ଵାଳ(୪୫) । ସୂଚନା ମୁତାବକ କେଶବ ଜଣେ ମାନସିକ ବିକାର ଗ୍ରସ୍ତ ଅଟନ୍ତି। ସେ ମଙ୍ଗଳବାର ସକାଳୁ ଘରୁ ବାହାରି ଚାଲି ଆସିଥିଲେ। ଘରକୁ ଫେରିବରେ ବିଳମ୍ବ ହେବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଘର ଠାରୁ ୫ ଶହ ମିଟର ଦୂରରେ ଥିବା ଘରବାଡି ଖୋଲା କୂଳ ପାର୍ଶ୍ଵରେ ବ୍ୟବହୃତ କିଛି ଜିନିଷ ଥିବା ଦେଖିବାକୁ ମିଳିବା ପରେ କୂଅ ଭିତରେ କେଶବ ପଡିଥିବା ଜାଣି ପରିବାର ଲୋକେ ପରଜଙ୍ଗ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

ଅଗ୍ନିଶମ କର୍ମଚାରୀ ପହଞ୍ଚି ଖୋଲା କୂଅ ଭିତରୁ ମୃତକଙ୍କୁ ଉଦ୍ଧାର କରିଥିବା ନେଇ ମୃତକଙ୍କ ପୁତୁରା ସାଗର ବିଶ୍ୱାଳ (୨୦) ପରଜଙ୍ଗ ଥାନାରେ ଏତଲା ଦେଇଥିଲେ। ଏତଲା ଆଧାରରେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ପରେ ଶବକୁ ପରିବାରର ଲୋକଙ୍କୁ ହସ୍ତାନ୍ତର କରାଯାଇ ଅଧିକ ତଦନ୍ତ ଜାରି ରହିଛି ବୋଲି ପରଜଙ୍ଗ ଥାନା ଅଧିକାରୀ ପ୍ରିୟବ୍ରତ ଦାସ କହିଛନ୍ତି।

new life
You might also like
error: Content is protected !!