News
lipub
samparksetu

ବିଦ୍ୟୁତ୍ ଆଘାତରେ ବାପ ପୁଅ ଗୁରୁତର

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଧୀନସ୍ଥ ମହାବିରୋଡ ଫାଣ୍ଡି ଅଞ୍ଚଳର ଝିଲି ପଞ୍ଚାୟତ ତୋରୋଡ଼ାନାଳୀ ଗ୍ରାମର ମହୁର ନାଏକଙ୍କ ପୁଅ ରବି ନାଏକ ୪୬ ବର୍ଷ ଓ ତାଙ୍କ ପୁଅ ଅମ୍ଲନ ନାଏକ ୧୬ ବର୍ଷ ନିଜ ଘର କାମ କରୁଥିବା ବେଳେ ହଠାତ୍ ଘରକୁ ନେଇଥିବା ବିଦ୍ୟୁତ୍ ସର୍ଭିସ୍ ତାର ଛିଣ୍ଡି ପଡ଼ିଥିଲା ଭୂଇଁ ଓଦା ଥିବାରୁ କରେଣ୍ଟ ତାର ଛିଣ୍ଡି ପଡ଼ିବା ଦ୍ଵାରା ବାପ ପୁଅଙ୍କ ପ୍ରତି ବିପଦ ଆଣିଥିଲା ।

ଯାହାକି ଏହାର ପ୍ରଭାବରେ ବାପ ପୁଅ କିଛି ଦୂରତା ଫୋପାଡି ହୋଇ ପଡ଼ିବାରୁ ଉଭୟେ ଗୁରୁତ୍ୱର ହୋଇ ଦେହସାରା କ୍ଷତାକ୍ତ ହେବା ସହ ରବିଙ୍କ ବାମ ହାତ ପାପୁଲି ତଳୁ କିଛି ଅଂଶ ପୋଡ଼ି ଯାଇଥିବା ଜଣାପଡିଛି । ଗୁରୁତ୍ୱର ଅବସ୍ଥାରେ ତାଙ୍କୁ ଆମ୍ବୁଲାନ୍ସ ସହାୟତାରେ ପ୍ରଥମେ ପରଜଙ୍ଗ ମେଡ଼ିକାଲକୁ ଆଣିଥିଲେ ।ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା ଉଭୟଙ୍କୁ କରାଯାଇଥିଲା ।କିନ୍ତୁ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ କାମାକ୍ଷାନଗର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

new life
You might also like
error: Content is protected !!