News
lipub
samparksetu

ବିଧାୟକଙ୍କ ଦ୍ଵାରା ଜଙ୍ଗଲ ଜମିପଟ୍ଟା ବଣ୍ଟନ ; ବିରୋଧୀ କଲେ ବରୋଧ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ପଞ୍ଚାୟତ ସମିତି ସଭା ଗୃହରେ ସୋମବାର ବିଧାୟକଙ୍କ ଦ୍ଵାରା ଜମିପଟ୍ଟା ବଣ୍ଟନ କରାଯାଇଛି ।ବିଡ଼ିଓ ସଂଗ୍ରାମ କେଶରୀ ଭୋଳଙ୍କ ଅଧକ୍ଷାତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପରଜଙ୍ଗ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡଃ ନୃସିଂହ ଚରଣ ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ବିଳାସିନୀ ସେଠୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ଦଳ ବେହେରା , ଉପାଧ୍ୟକ୍ଷା ଯାସୋଷିନି ରାଉତ ,ଜିଲ୍ଲା ପରିଷଦ ସଦସ୍ୟ ନିରାକାର ପ୍ରଧାନ, ରୁନୁ ବର୍ମା ଅତିଥି ରୂପେ ଯୋଗଦେଇଥିଲେ । ଏହି ପରିପ୍ରେକ୍ଷୀରେ ବସୋଇ ପଞ୍ଚାୟତ ଅନ୍ତର୍ଗତ ଅଲେଖପାଟଣା ସାହିର ଭୂମିହୀନ ପ୍ରଜା ଓ ଜୟପୁରା କାଟେଣି ପଞ୍ଚାୟତର କାଦବସନ୍ତ ସାହିର ଭୂମିହୀନ ପ୍ରଜା ଏହିପରି ୫୧ ଜଣଙ୍କୁ ଚିହ୍ନଣ୍ଟ କରାଯାଇ ଏହି ଜଙ୍ଗଲ ଜମିପଟ୍ଟା ପ୍ରଦାନ କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ନିର୍ବାଚିତ ଜନପ୍ରତିନିଧି ଓ ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ । ଲୋକଙ୍କ ଜନହିତକର କାର୍ଯ୍ୟ ତଥା ସ୍ଥାୟୀ ପଟ୍ଟା ବଣ୍ଟନ କାର୍ଯ୍ୟରେ ବିଧାୟକ ଶ୍ରୀ ସାହୁ ଯୋଗଦେବାକୁ ଆସିଥିବା ବେଳେ ବିରୋଧୀ ବିଜେପି କର୍ମୀ ମାନେ ଏହାକୁ ବିରୋଧାଚରଣ କରିଥିବାର ଦେଖିବାକୁ ମିଳିଥିଲା ।

new life
You might also like
error: Content is protected !!