News
lipub
samparksetu

ବାଇକ ବୋଲେରୋ ମୁହାଁମୁହିଁ ଧକ୍କା ,ଜଣେ ଗୁରୁତର

ବୋଲେରୋ ଧକ୍କାରେ ପାନୀୟ ଜଳ ଯୋଗାଣ ବିଭାଗ ମିସ୍ତ୍ରୀ ଗୁରୁତର।ଗୁରୁତର ଜଣଙ୍କ ହେଲେ କନ୍ତୋର ଗ୍ରାମର ବାଦଲ ନାଏକ।ସୂଚନା ଅନୁଯାୟୀ ପରଜଙ୍ଗ ଥାନା କନ୍ତୋର ଗ୍ରାମର ବାଦଲ ନାଏକ ଓ ପ୍ରସନ୍ନ କୁମାର ସାହୁ ଉଭୟେ ପରଜଙ୍ଗ ପାନୀୟ ଜଳ ଯୋଗାଣ ବିଭାଗର ପମ୍ପ ଓ ପାଇପ ମିସ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି।

ତେବେ ସେମାନେ ବୁଧବାର ଅପରାହ୍ନରେ ସାଆନ୍ଦାରୁ କାମ ସାରି ବସୋଇ ଦେଇ ନିଜ ଗାଁ କନ୍ତୋର ଫେରୁ ଥିବା ବେଳେ ବଡ଼କମର – ମୁକ୍ତାପଶି ପୂର୍ତ୍ତ ବିଭାଗ ରାସ୍ତାର ବସୋଇ ଜଙ୍ଗଲ ନିକଟରେ ବସୋଇ ପଟୁ ଆସୁଥିବା ଏକ ବୋଲେରୋତାଙ୍କୁ ସାମ୍ନା ପଟୁ ଧକ୍କା ଦେଇଥିଲା।ଫଳରେ ବାଇକରେ ବସିଥିବା ଦୁଇ ଜଣଙ୍କ ମଧ୍ୟରୁ ବାଦଲ ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ।ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନନ୍ତର କରାଯାଇଛି।ଘଟଣା ଘଟାଇ ବୋଲେରୋଟି ଫେରାର ହୋଇଯାଇଥିବା ଜଣାପଡିଛି ।

new life
You might also like
error: Content is protected !!