News
lipub
samparksetu

ଶ୍ରୀ ଶ୍ରୀ ବାବା ଶନିଶ୍ଚରାୟ ମହାଗ୍ରହ ମନ୍ଦିର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ

ପରଜଙ୍ଗ ବ୍ଲକ ଅନ୍ତର୍ଗତ ଜଟିଆ ଗ୍ରାମର ଉପର ସାହି ପାଟରଗଡା ଠାରେ ଓଁ ଶ୍ରୀ ଶ୍ରୀ ବାବା ଶନିଶ୍ଚରାୟ ମହାଗ୍ରହ ମନ୍ଦିର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି ।

ଏହି ଉତ୍ସବର ଆୟୋଜିତ ପୂଜା ରେ ସମସ୍ତ ବିଧିବଦ୍ଧ ଭାବେ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଥିଲା । ଗ୍ରାମର ମହିଳା ମାନେ ଏକ କଳସ ଶୋଭାଯାତ୍ରା କରି ଗାଁ ପାଖ ଦେଇ ଯାଇଥିବା ବ୍ରାହ୍ମଣୀ ନଦୀରୁ ପାଣି ଆଣିଥିଲେ । ଗ୍ରାମର ମଙ୍ଗଳ କାମନା ନିମନ୍ତେ ଦୁଇଦିନ ଧରି ପୂଜାର୍ଚ୍ଚନା ଚାଲିଥିଲା । ଏହା ସମ୍ପୂର୍ଣ୍ଣ ଧୁମ୍ ଧାମରେ ଓ ସୁରଖିତରେ ଗ୍ରାମ୍ୟ କମିଟି ଆୟୋଜକ କରିଥିଲେ । ପାର୍ବଣ ଋତୁ ଆରମ୍ଭ ହେଲା ଏହି ପୂଜା ପାର୍ବଣ ଋତୁ ରେ ଆମ ଓଡ଼ିଆ ସଂସ୍କୃତି ପରମ୍ପରା ଉତ୍ସବ ମୁଖର ହୋଇଉଠିଛି ।

ଯାହା ଫଳରେ ଆମ ଓଡ଼ିଆ ସଂସ୍କୃତି ପରମ୍ପରା ଆଜିର ଦିନରେ ବିଶ୍ଵ ଦରବାରରେ ପ୍ରସିଦ୍ଧ ଲାଭ କରି ପାରି ଅଛି । ଆମ ଅଞ୍ଚଳ ରେ ଶାନ୍ତି ମୈତ୍ରୀ ସଦ୍ ଭାବନା, ଭାଇ ଚାରା ର ସମ୍ପର୍କ ଜାଗ୍ରତ ସୃଷ୍ଟି କରି ବାରେ ଆଗରେ ଅଛି । ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ଓ ସାଂସ୍କୃତିକ ବିକାଶ ର ଉନ୍ନତି କରଣ ପାଇଁ ରାଜ୍ୟ ସରକାର ବିଭନ୍ନ ଯୋଜନା ହାତକୁ ନେଇ ଅଛନ୍ତି ଏହା ଦ୍ବାରା ଆମ ଓଡ଼ିଆ ସଂସ୍କୃତି ପରମ୍ପରା ଓ ବିଭିନ୍ନ ଧର୍ମାନୁଷ୍ଠାନ ର ବିକାଶ ପ୍ରସାର ହୋଇ ପାରିବ ।

new life
You might also like
error: Content is protected !!