News
lipub
samparksetu

ରାସୋଳ ରେ ବିଧାୟିକା ଙ୍କ ଦ୍ଵାରା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ

ହିନ୍ଦୋଳ ଉପଖଣ୍ଡ ରାସୋଳ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ସ୍ଥାନୀୟ ବିଧାୟିକା ସୀମା ରାଣୀ ନାଏକ ମୂଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଛନ୍ତି। ପଞ୍ଚାୟତର ୨୪ ଶହ ପରିବାର ଏହି ଯୋଜନାରେ ସାମିଲ ହୋଇ ଥିବାର ବିଧାୟିକା ସୂଚନା ଦେଇଛନ୍ତି।

ପର୍ଯ୍ୟାୟ କ୍ରମେ ଏହି କାର୍ଡ ବଣ୍ଟନ କରାଯିବ। ପୁରୁଷ ମାନଙ୍କ ପାଇଁ ୫ ଲକ୍ଷ ଓ ମହିଳାମାନଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ରାଜ୍ୟ ସରକାର ୧୦ ଲକ୍ଷ ଟଙ୍କା ଯୋଗାଇ ଦେବେ ବୋଲି ଜଣାଯାଇଛି।

ଅନ୍ୟତମ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷ ପ୍ରିୟ ରଞ୍ଜନ ମାହୁନ୍ତ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମିନତୀ ନାୟକ, ବିଡିଓ କ୍ଷୀରା ବ୍ ଧୀ ତନୟା ସାହୁ, ସ୍ଥାନୀୟ ସରପଞ୍ଚ ସୁଷମା ରାଣୀ ସାହୁ , ସ୍ଥାନୀୟ ସରପଞ୍ଚ ସମିତି ସଭ୍ୟ ଭାସ୍କର ଚନ୍ଦ୍ର ନାୟକ ଓ ବ୍ଲକ୍ ବିଜେଡ଼ି ସଭାପତି ବରୁଣ କୁମାର ସର ପ୍ରମୁଖ ମଞ୍ଚା ସିନ ଥିଲେ। ଏଥି କାର୍ଯ୍ୟ କ୍ରମ ରେ ଅଙ୍ଗନ୍ ୱାଡି , ଆଶା କର୍ମୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ।

new life
You might also like
error: Content is protected !!