News
lipub
samparksetu

କୂଅରେ ପଡ଼ି ଛାତ୍ର ମୃତ,ପ୍ରଧାନଶିକ୍ଷକ ନିଲମ୍ବିତ

ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଅନ୍ତର୍ଗତ ବ୍ରହ୍ମପୁର ବରସାହି ପ୍ରାଥମିକ ବିଦ୍ୟାଳୟର ଛାତ୍ର ଖୋଲା କୂଅରେ ପଡ଼ି ମୃତ୍ୟୁ ବରଣ କରିଥିବା ବେଳେ । ଏହି ଘଟଣାରେ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି ।

ସୂଚନା ଅନୁଯାୟୀ , ଉକ୍ତ ବିଦ୍ୟାଳୟ ୨ୟ ଶ୍ରେଣୀ ଛାତ୍ର ଵିଷ୍ଣୁ ଦେହୁରୀ (୭) ବିଦ୍ୟାଳୟକୁ ଯାଇଥିବା ବେଳେ ମଧ୍ୟାହ୍ନ ପରେ ବିଦ୍ୟାଳୟ ବାହାରକୁ ସାଙ୍ଗମାନଙ୍କ ସହ ଯାଇ ଶୌଚ ହେବା ସମୟରେ ଏକ ଖୋଲା କୂଅରେ ଖସି ପଡ଼ିଥିଲା ।ଅନ୍ୟ ସାଥିମାନେ ପାଟି କରିବାରୁ ସ୍ଥାନୀୟ ଲୋକେ ଆସି ପିଲାଟିକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ପିଲାଟିକୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ନିଜ କାର୍ଯ୍ୟରେ ଅବହେଳା ଅଭିଯୋଗ କ୍ରମେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଦୈତ ସାମଲଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ବ୍ଲକ ଶିକ୍ଷାଧିକାରୀ ଶାନ୍ତନୁକୁମାର ମଲ୍ଲିକ ସୂଚନା ଦେଇଛନ୍ତି ।

new life
You might also like
error: Content is protected !!