News
lipub
samparksetu

ଡକାୟତ ଙ୍କ ଗୁଳି ମାଡ଼ରେ ଯୁବକ ଗୁରୁତର

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଅଂଚଳରେ ଗତକାଲି ରାତିରେ ଏକ ଡକାୟତ ଦଳଙ୍କ ଗୁଳିମାଡ଼ରେ ହିନ୍ଦୋଳ ଥାନା ଅନ୍ତର୍ଗତ ପଡା ଛକରେ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ , ରାସୋଳ ଥାନା ଅନ୍ତର୍ଗତ କଳିଙ୍ଗା ଗ୍ରାମର ଅନୁଗୁଳ ଅଞ୍ଚଳରୁ ନିଜଗ୍ରାମ କଳିଙ୍ଗାକୁ ରାତି ୧୦ଟା ସମୟରେ ଆସୁଥିବା ବେଳେ କିଛି ଡକାୟତ ଦୁଇଟି ପଲସର ଗାଡ଼ିରେ ତାଙ୍କୁ ପିଛା କରିଥିଲେ ଓ ମଇଧରପୁର ନିକଟରେ ତାଙ୍କୁ ଅଟକାଇବା ପାଇଁ ସେମାନେ ଚେଷ୍ଟା କରିଥିବା ବେଳେ ନିଜର ବାଇକ ନରଖି କ୍ଷିପ୍ର ଗତିରେ ଯୁବକ ଜଣକ ପଳେଇ ଆସିଥିଲେ ଏବଂ ପଡା ଛକ ନିକଟରେ ରାସ୍ତା କଡରେ ଥିବା ଜଣକ ଘରକୁ ଜୀବନ ବିକଳରେ ପଳାଇ ଯାଉଥିବା ବେଳେ ପାଟି କରିଥିଲେ ।

ସେହି ସମୟରେ ସେହିଘରୁ କିଛ ଯୁବକ ବାହାରକୁ ଦୌଡ଼ି ଆସିବାରୁ ଡକାୟତ ମାନେ ତାଙ୍କ ଉପରକୁ ଗୁଳି ଚାଳନା କରିଥିଲେ ଗୁଳି ମାଡ଼ରେ ପଡା ଗ୍ରାମର ହଡ଼ା ନାୟକ ଙ୍କର ଦେହରେ ଗୁଳି ବାଜିଥିଲା ପରିବାର ପକ୍ଷରୁ ତାଙ୍କୁ ଚିକିଛା ପାଇଁ ଡାକ୍ତର ଖାନାକୁ ନେଇ ଯାଇଥିବା ବେଳେ , ଘଟଣା ସ୍ଥଳରେ ହିନ୍ଦୋଳ ପୋଲିସ ପହଁଞ୍ଚି ଘଟଣାର ତଦନ୍ତ କରୁଥିବା ବେଳେ ଅଞ୍ଚଳରେ ଭୟରେ ବାତା ବରଣ ଖେଳିଯାଇଥିବା ଦେଖିବାକୁ ମିଳିଛି ।

new life
You might also like
error: Content is protected !!