News
lipub
samparksetu

ରେଙ୍ଗାଲୀ କେନାଲରେ ବୁଡି ଚାଷୀ ମୃତ

ଆଜି ହିନ୍ଦୋଳ ରୋଡ ଫାଣ୍ଡି ଅନ୍ତର୍ଗତ ବେଲପଡା ଗ୍ରାମ ର ପ୍ରଶାନ୍ତ ବରାଳ ୫୬ ବର୍ଷ ନାମକ ଚାଷୀ ରେଙ୍ଗାଲୀ କେନାଲ ପାଣିରେ ବୁଡି ଜଣେ ମୃତ୍ୟୁ ବରଣ କରିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ,ପ୍ରଶାନ୍ତ ବରାଳ ମଧ୍ୟାହ୍ନ ସମୟରେ ଗ୍ରାମ ନିକଟରେ ଥିବା ରେଙ୍ଗାଲୀ କେନାଲ କୁ ଗାଧୋଇବା ପାଇଁ ଯାଇଥିଲେ, ସେଠାରେ ଗାଧୋଇବା ବେଳେ ତାଙ୍କ ଗୋଡ଼ ଖସିଯାଇ ଗଭୀର ପାଣିକୁ ଚାଲିଯିବାରୁ ପାଣିରେ ବୁଡି ଯାଇଥିଲେ ।ଖବର ପାଇ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ପ୍ରଶାନ୍ତ ଙ୍କୁ ଉଦ୍ଧାର କରି ଓଡାପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ନିମନ୍ତେ ନେଇଥିଲେ। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଏ ସମ୍ପର୍କରେ ତାଙ୍କ ପୁତ୍ର ପ୍ରସାଦ ବରାଳ ମୋଟଙ୍ଗା ଥାନା ରେ ଲିଖିତ ଅଭିଯୋଗ କରିଥିଲେ ।

new life
You might also like
error: Content is protected !!