News
lipub
samparksetu

କୂଅରେ ପଡି ମହିଳା ମୃତ !

ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଦାମୋଦରନାଳୀ ଗ୍ରାମରେ କୂଅରେ ପଡି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ସେହି ଗ୍ରାମର ରଶ୍ମିତା ସ୍ୱାଇଁ । ରଶ୍ମିତା ୧୦ ବର୍ଷ ପୂର୍ବେ ଠାକୁରପାଳ ଗ୍ରାମର ହରିହର ସ୍ୱାଇଁ ଙ୍କୁ ବିବାହ କରିଥିଲେ ।ତାଙ୍କର ୨ଟି ସନ୍ତାନ ଥିବା ବେଳେ ସ୍ଵାମୀ ଗାଡି ଚାଳକ ଅଛନ୍ତି।

ମୃତ ରଶ୍ମିତା ନିଜ ସ୍ଵାମୀଙ୍କୁ ନେଇ ନିଜ ବାପ ଘରେ ବହୁ ଦିନରୁ ରହୁଥିଲେ । ଆଜି ସକାଳେ ସେ କୂଅରୁ ପାଣି କାଢ଼ିବା ସମୟରେ କୂଅରେ ପଡି ଯାଇଥିଲେ । ତାଙ୍କୁ ଗ୍ରାମବାସୀ ଙ୍କ ଦ୍ୱାରା ଉଦ୍ଧାର କରାଯାଇ ପ୍ରଥମେ ବେଲଟିକିରି ଏବଂ ପରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ,ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

new life
You might also like
error: Content is protected !!